TikTokକୁ ଟକ୍କର ଦେବା ପାଇଁ ଆସିବ Firework ଓ Lasso, ଜାଣନ୍ତୁ କେଉଁଥିରେ ମିଳିବ ଅଧିକ ସମୟ...

Published By : Prameya-News7 Bureau | October 05, 2019 IST

ନୂଆଦିଲ୍ଲୀ୫|୧୦: ଏବେ ସ୍ମାର୍ଟଫୋନ ୟୁଜର୍ସଙ୍କ ମଧ୍ୟରେ ଭିଡିଓ ଶେୟାରିଂ ଆପ୍‌ ଟିକ୍‌ଟକ୍‌କୁ ବହୁ ମାତ୍ରାରେ ପସନ୍ଦ କରୁଛନ୍ତି। ଏପରିକି ସେଲିବ୍ରେଟିମାନେ ବି ଟିକ୍‌ଟକ୍‌ ଭିଡିଓ କରି ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏବେ ଟିକ୍‌ଟକ୍‌କୁ ଟକ୍କର ଦେବାଲାଗି ୟୁଏସର ସୋସିଆଲ ମିଡିଆ ଆପ୍‌ Firework କୁ କିଣିବା ପାଇଁ ଗୁଗଲ ଯୋଜନା କରିଛି। ଏ ସଂପର୍କରେ ଗୁଗଲ ଅଧିକାରୀ ଅଧିକ ସୂଚନା ଦେଇ ନାହାନ୍ତି। ଅତି ଶୀଘ୍ର ସୋସିଆଲ ମିଡିଆରେ ଟିକ୍‌ଟକ୍‌ ଓ ଗୁଗଲ ମଧ୍ୟରେ ଫାଇଟ୍‌ ହୋଇପାରେ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ ଯେ, ଅତି ଶୀଘ୍ର ଟିକ୍‌ଟକର ପ୍ରତିଦ୍ବନ୍ଦୀ କମ୍ପାନୀ Firework କୁ କିଣିବା ଲାଗି ଗୁଗଲ ଯୋଜନା ଚଳାଇଛି। କାଲିଫର୍ଣ୍ଣିଆରେ Fireworkର କମ୍ପାନୀ ରହିଛି। ନିକଟରେ ଭାରତରେ Firework ସୋସିଆଲ ଭିଡିଓ ଶେୟାରିଂ ଆପ୍‌ ଲଞ୍ଚ କରିଛି। ଏହି ଭିଡ଼ିଓ ଶେୟାରିଂ ଆପ୍‌ ‘Android and iOS platforms’ ରେ ଉପଲବ୍ଧ ହେଉଛି। ତେଣୁ ଗୁଗଲ ଏହାକୁ କିଣିବା ଲାଗି ପ୍ଲାନିଂ କରିଛି। Firework ର ମୂଲ୍ୟ ୧୦୦ ମିଲିୟନ ଡଲାର। ଗୁଗଲ ଏହାକୁ କିଣି ଭଲ ଫାଇଦା ଉଠାଇ ପାରିବ।

ଟିକ୍‌ଟକ୍‌ରେ ୧୫ ସେକେଣ୍ଡ ଭିଡିଓ କରି ୟୁଜର୍ସ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି। କିନ୍ତୁ ଫାୟାର ଓ୍ବାର୍କରେ ୩୦ ସେକେଣ୍ଡରେ ଭିଡିଓ କରି ୟୁଜର୍ସ ପୋଷ୍ଟ କରି ପାରିବେ। ଏହା ବ୍ୟତୀତ ଫାୟାରଓ୍ବାର୍କରେ horizontal ଓ vertica ଦୁଇଟି ତାରିକାରେ ୟୁଜର୍ସ ଭିଡିଓ ଅପଲୋଡ୍ କରିପାରିବେ।

ଭିଡିଓ ଶେୟାରିଂ ଆପ୍‌ କ୍ଷେତ୍ରରେ କେବଳ ଗୁଗଲ ନୁହେଁ ଫେସବୁକ୍‌ ମଧ୍ୟ ନୂଆ ଯୋଜନା ତିଆରି କରୁଛି। ଗତ ବର୍ଷ ନଭେମ୍ବର ମାସରେ ଟିକ୍‌ଟକ୍‌ ଟକ୍କର ଦେବାଲାଗି ୟୁଏସରେ ଫେସବୁକ୍‌ Lasso ଆପ୍‌ ରିଲିଜ କରିଛି। TikTok, Firework ଓ Lasso ମଧ୍ୟରେ ଜୋରଦାର ଟକ୍କର ହେବ ବୋଲି ଆଶା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.