ଲଗାଣ ବର୍ଷାରେ ବୁଡ଼ିଗଲା ରାସ୍ତା, କନ୍ୟାକୁ ବୋଟ୍ରେ ପାର କରି ଶାଶୂଘର ପଠାଇଲେ ଅଗ୍ନିଶମ କର୍ମଚାରୀ
15/08/2022 at 10:58 PM

ଭୁବନେଶ୍ୱର, ୧୫/୦୮: ବାଙ୍କୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାଇମୁଣ୍ଡି ଗାଁରେ ମହାନଦୀର ବନ୍ୟା ଜଳ ପ୍ରବାହିତ ହେଉଛି । ଏହି କାରଣରୁ ଗାଁକୁ ଯାଇଥିବା ସମସ୍ତ ରାସ୍ତା ପାଣିରେ ବୁଡିଯାଇଥିଲା । ଗାଁରେ ପାଣି ପଶି ଯିବାରୁ ବୋହୂ ବେଶ ସାଜି ବସିଥିବା ମନ୍ଦାକିନୀ ଧାର ଆଉ ଗାଁରୁ ବାହାରି ପାରିନଥିଲେ । ମନ୍ଦାକିନୀ ପାରାଦୀପ ଅଞ୍ଚଳର ଜଣେ ପୁଅ ସହିତ ବହା ହେବାର ଠିକ୍ ହୋଇଥିଲା । ଶେଷରେ ଅଗ୍ନିସମ ବିଭାଗ କର୍ମଚାରୀ ମାନେ ଗାଁରୁ ବୋହୂ ବେଶରେ ବିବାହ ପାଇଁ ଅପେକ୍ଷା କରିଥିବା ମନ୍ଦାକିନୀକୁ ବୋଟ୍ ସାହାଯ୍ୟରେ ରାସ୍ତାପାର କରି ପାରାଦୀପ ପଠାଇଥିଲେ ।
Related Posts
ହେପାଜତରେ ଅଭିଯୁକ୍ତ ମୃତ ! ରେଞ୍ଜରଙ୍କ ସମେତ ୭ ଥାନାରେ ଅଟକ
6 February 2023
ରାତି ୧୨ପରେ ବୁଲୁଛି ମୋଟର ସାଇକେଲ, ସିସିଟିଭିରେ ଭିଜୁଆଲ କଏଦ
6 February 2023