ନୂଆଦିଲ୍ଲୀ ୧୮/୧୨: ଯଦି ଆପଣଙ୍କ ଅଞ୍ଚଳରେ ଇଣ୍ଟରନେଟର ସୁବିଧା ବନ୍ଦ କରି ଦିଆଯାଇଛି କିମ୍ବା କୌଣସି କାରଣବଶତଃ ଆପଣଙ୍କ ଅଞ୍ଚଳରେ ଇଣ୍ଟରନେଟ୍ ମିଳୁନାହିଁ ତେବେ ଆପଣଙ୍କୁ ଚାଟିଙ୍ଗ୍ ପାଇଁ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। କାରଣ ଏକ ଆପ୍ ଜରିଆରେ ଆପଣ ବିନା ଇଣ୍ଟରନେଟରେ ମଧ୍ୟ ଯେକୌଣସି ବ୍ୟକ୍ତିଙ୍କ ସହ ଚାଟିଙ୍ଗ୍ କରି ପାରିବେ ଏବଂ ଫଟୋ ସେୟାର କରି ପାରିବେ। ଆସନ୍ତୁ ଜାଣିବା ଏହି ଆପ୍ ବିଷୟରେ।
{"id":199193,"sizeSlug":"large"}ଏହି ଆପର ନାଁ ଫାୟର ଚ୍ୟାଟ୍ ଯାହା ଜରିଆରେ ଆପଣ ବିନା ଇଣ୍ଟରନେଟରେ ପରସ୍ପର ସହ ଚାଟିଙ୍ଗ୍ କରି ପାରିବେ। ଇଣ୍ଟରନେଟ୍ ସଟଡାଉନ୍ ସମୟରେ ଏହା ଏକ ଚମତ୍କାର କମ୍ୟୁନିକେସନ୍ ଆପ୍। ଏହି ଆପ୍ ଓ୍ବାଇ-ଫାଇ ଡାଇରେକ୍ଟ ଏବଂ ବ୍ଲୁଟୁଥ୍ ଜରିଆରେ କାମ କରିଥାଏ। ଏହି ଆପକୁ ଆଣ୍ଡ୍ରଏଡ ଏବଂ ଆଇଫୋନ୍ ଯେକୌଣସି ଫୋନରେ ବ୍ୟବହାର କରାଯାଇପାରିବ।
{"id":199194,"sizeSlug":"large"}ଏହି ଆପ୍ ଜରିଆରେ ଆପଣ ଆପଣଙ୍କର ସେହି ବନ୍ଧୁଙ୍କୁ ମ୍ୟାସେଜ କରିପାରିବେ ଯାହା ପାଖେ ଏହି ଆପ୍ ଥିବ। ଏହି ଆପର ରେଞ୍ଜ ୨୦୦ଫୁଟ ଅର୍ଥାତ୍ ଯଦି ଆପଣ କାହା ସହ ଚାଟ୍ କରିବାକୁ ଚାହୁଁଛନ୍ତି ତେବେ ତାଙ୍କ ଦୂରତା ଆପଣଙ୍କଠୁ ୨୦୦ଫୁଟ ମଧ୍ୟରେ ରହିଥିବା ଆବଶ୍ୟକ। ଏହାର ବିଶେଷତ୍ବ ହେଉଛି ଏହା ଯେ ଇଣ୍ଟରନେଟ୍ ଏବଂ ବିନା ଇଣ୍ଟରନେଟରେ ମଧ୍ୟ ଏହା କାମ କରିଥାଏ। ଏହି ଆପ୍ ଜରିଆରେ ଆପଣ ମ୍ୟାସେଜ ଏବଂ ଫଟୋ ସେୟାର କରି ପାରିବେ।
{"id":199195,"sizeSlug":"large"}ଏହା ଏକ ଓପନ ନେଟଓ୍ବାର୍କ ଚ୍ୟାଟିଙ୍ଗ୍ ଆପ୍। କିନ୍ତୁ ଫାୟର ଚାଟ୍ ଜରିଆରେ କରାଯାଇଥିବା ଚ୍ୟାଟିଙ୍ଗକୁ ନେଇ ସିକ୍ୟୁରିଟିର କୌଣସି ଗ୍ୟାରେଣ୍ଟି ନାହିଁ। ଏହି ଆପ୍ ପୂରାପୂରି ନିରାପଦ ନୁହେଁ।