ନୂଆଦିଲ୍ଲୀ: କତାରରେ ଖେଳାଯାଉଥିବା ଫିଫା ବିଶ୍ୱ କପର ଫ୍ୟାନ ଭିଲେଜରେ ଅଗ୍ନିକାଣ୍ଡ । କତାର ୱାର୍ଲଡ କପ ସିଟି ଲୁସେଲରେ ଏହି ଘଟଣା ଘଟିଥିବା କୁହାଯାଉଛି । ଭିଡିଓରେ ନିଆଁ ଲାଗିଥିବା ସ୍ଥାନ ଧୂଆଁଧୂଆଁ ହୋଇଯାଇଛି । ଦ ସନର ରିପୋର୍ଟ ଅନୁସାରେ, ଏକ ନିର୍ମାଣଧିନ କୋଠାରୁ ନିଆଁ ଲାଗିବା ପରେ ଏହା ବ୍ୟାପିଥିବା ଫିଫା ଅଧିକାରୀ ସୂଚନା ଦେଇଛନ୍ତି । ଘଟଣାସ୍ଥଳରେ ସିଭିଲ ଡିଫେନ୍ସର କର୍ମଚାରୀ ପହଞ୍ଚଛନ୍ତି । ତେବେ ଅଗ୍ନିକାଣ୍ଡରୁ ଯୋଗୁଁ କେହି ଆହତ ହେବାର ଖବର ସାମନାକୁ ଆସି ନାହିଁ।
ଉଲ୍ଲେଖଯୋଗ୍ୟ ଯେ, ଫୁଟବଲ ବିଶ୍ୱ କପର ଆୟୋଜନ ପାଇଁ କତାର ବହୁ ମାତ୍ରାରେ ଅର୍ଥ ଖର୍ଚ୍ଚ କରିଛି। ଏହାସତ୍ତ୍ୱେ ବି କାମର କ୍ୱାଲିଟିକୁ ନେଇ ଅନେକ ଅଭିଯୋଗ ସାମନାକୁ ଆସିଛି । ପ୍ରାୟ ୧୮୫ ବିଲିୟନ ପାଉଣ୍ଡ ଏଥି ପାଇଁ ଖର୍ଚ୍ଚ କରାଯାଇଛି । ଏହି ରାଶିର ଅଧିକାଂଶ ଅଂଶ ଲୁସେଲ ସିଟି ନିର୍ମାଣରେ ଖର୍ଚ୍ଚ କରାଯାଇଛି । ତେବେ ସବୁକିଛି କିନ୍ତୁ ଯୋଜନା ମୁତାବକ ହୋଇ ନାହିଁ ।