ବ୍ରିଜ୍ କାମ ବେଳେ ହଠାତ୍ ମାଡିଆସିଲା ପାଣି, ଫସିଥିବ ୧୦ଜଣଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ
15/08/2020 at 12:58 PM

ଭୁବନ ୧୫।୮: ଲଗାଣ ବର୍ଷା ଯୋଗୁଁ ନଦୀ ପାଣି ଘେରରେ ଫସିଗଲେ ୧୦ ଜଣ । ଭୁବନ ଅଗ୍ନିଶମ ବାହିନୀ ସେମାନଙ୍କୁ ଉଦ୍ଧାର କରିଛି ।

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ବାଲିବୋ ପଞ୍ଚାୟତ ଅନ୍ତର୍ଗତ ଦଧିସିଂହା ଗ୍ରାମ ପାଣ୍ଡରା ନାଳରେ ବ୍ରିଜ କାମ ଚାଲିଥିଲା । ଅଷ୍ଟଲକ୍ଷ୍ମୀ କନଷ୍ଟ୍ରକସନ(ଭୁବନେଶ୍ବର) ଅଧିନରେ ୧୨ ଜଣ ବ୍ରିଜ୍ କାମରେ ନିୟୋଜିତ ଥିଲେ । ଶୁକ୍ରବାର ରାତିରେ ବର୍ଷା ଲାଗି ରହିଥିଲା ।

ଲଗାଣ ବର୍ଷା ଯୋଗୁଁ ଶନିବାର ସକାଳେ ହଠାତ୍ ବର୍ଷା ପାଣି ମାଡିଆସିଥିଲା । ଯାହାଫଳରେ ୧୨ ଜଣ କର୍ମଚାରୀ ୩୦ ଫୁଟ ପାଣି ଘେରରେ ରହିଯାଇଥିଲେ । ସେମାନଙ୍କ ମଧ୍ୟରୁ ବୁଧିଆ ମହାକୁଡ (୧୮ ବର୍ଷ) ପାଖ ଗ୍ରାମ ଗଡଗଁପୁରକୁ ପାଣିରେ ପଶି ଯାଉଥିବା ବେଳେ ପାଣି ସୁଅରେ ଭାସି ଯାଇ ଗୋଟେ ଗଛରେ ଲାଗିଯାଇଥିଲେ । ସମସ୍ତଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।