କରୋନା ସଂକ୍ରମିତଙ୍କ ସୁରକ୍ଷା ଚିନ୍ତା, କୋଭିଡ୍ ହସ୍ପିଟାଲ୍ କର୍ମଚାରୀଙ୍କୁ ଦିଆଗଲା ଅଗ୍ନି ନିରାପତ୍ତା ତାଲିମ

Published By : Prameya-News7 Bureau | September 23, 2020 IST

ଭଦ୍ରକ ୨୩।୯: ଭଦ୍ରକ ଜିଲ୍ଲାରେ କୋଭିଡ୍ ହସ୍ପିଟାଲର କର୍ମଚାରୀଙ୍କୁ ଅଗ୍ନି ନିରାପତ୍ତା ତାଲିମ ଦେବା ସହ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳଙ୍କ ଅଧକ୍ଷତାରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । କାରୋନା ସହ ଜଡିତ ଜିଲ୍ଲାର ସମସ୍ତ ବିଭାଗର ଅଫିସରଙ୍କ ସହ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।

ତେବେ ଅଗଷ୍ଟ ମାସରେ ଜିଲ୍ଲାର କୋଭିଡ୍ ହସ୍ପିଟାଲରେ ଅଗ୍ନି ନିରାପତ୍ତା ପାଇଁ ଲଗାଯାଇଥିବା ଅଗ୍ନି ନିରାପତ୍ତା ଯନ୍ତ୍ର ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାର ଯାଞ୍ଚ କରଯାଇଥିଲା । ରାଜ୍ୟର ଏକ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ପରେ ପୁଣି ଜିଲ୍ଲାରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯାଇଛି ।

ପୋଲିସ, ଅଗ୍ନିଶମ ବାହିନୀ ଓ ଅନ୍ୟ ବିଭାଗଗୁଡିକ ସହ ସମୀକ୍ଷା କରିଛନ୍ତି ଜିଲ୍ଲାପାଳ । ତେବେ ଅଗ୍ନିଶମ ବାହିନୀ ତରଫରୁ ଅପାତ୍ତକାଳୀନ ସ୍ଥିତିରେ ଅଗ୍ନିକାଣ୍ଡ ଭଳି ସ୍ଥିତିର ମୁକାବିଲା ପାଇଁ କୋଭିଡ୍ ହସ୍ପିଟାଲରେ ନିୟୋଜିତ କର୍ମଚାରୀଙ୍କୁ ସବିଶେଷ ତାଲିମ ଦିଆଯାଉଥିବା କହିଛନ୍ତି ଭଦ୍ରକ ଜିଲ୍ଲାପାଳ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.