ହଠାତ୍ ପାଣି ମାଡିଆସିବାରୁ ଫସିଗଲେ ଗୋଟିଏ ପରିବାର, ଅଗ୍ନିଶମ ବାହିନୀ ଦ୍ବାରା ଉଦ୍ଧାର

Published By : Prameya-News7 Bureau | August 17, 2022 IST

ଜଗତସିଂହପୁର ୧୭।୮: ବନ୍ୟା ଯୋଗୁଁ ବିଭିନ୍ନ ସ୍ଥାନରେ ଫଶି ରହିଛନ୍ତି ଲୋକେ । ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ପସିଛି ବନ୍ୟାଜଳ । ଅନେକ ସ୍ଥାନରେ ଲୋକଙ୍କ ଘରେ ପାଣି ପଶିଥିବା ବେଳେ ଚାଷ ଜମି ମଧ୍ୟ ଜଳମଗ୍ନ ହୋଇଯାଇଛି । ଫଶି ରହିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ଅଗ୍ନିଶମ ବାହିନୀ ।

{"id":672167,"width":840,"height":462,"sizeSlug":"full","linkDestination":"none"}

ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ମଙ୍ଗଳବାର ରାତିରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ । ହଠାତ ପାଣି ବଢିଯିବାରୁ ସେମାନେ ଆଉ ଆସିପାରି ନଥିଲେ । ତେବେ ବୁଧବାର ସକାଳୁ ଅଗ୍ନିଶମ ବାହିନୀ ପହଞ୍ଚି ସେଠାରୁ ଜଣେ ମହିଳା, ତାଙ୍କ ସ୍ବାମୀ ଏବଂ ତାଙ୍କର ୬ ବର୍ଷର ଝିଅକୁ ଉଦ୍ଧାର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.