ଧଉଳି ଏକ୍ସପ୍ରେସ୍‌ରୁ ବାହାରିଲା ଧୂଆଁ, ଭୟରେ ଟ୍ରେନ୍‌ରୁ ଓହ୍ଲାଇଲେ ଯାତ୍ରୀ

Published By : Prameya-News7 Bureau | November 13, 2023 IST

ବାଲେଶ୍ବର ୧୩।୧୧: ଧଉଳି ଏକ୍ସପ୍ରେସରେ ଧୂଆଁ । ଟ୍ରେନରେ ନିଆଁ ଲାଗିଥିବା ଭାବି ଭୟରେ ଟ୍ରେନରୁ ଯାତ୍ରୀ ଓହ୍ଲାଇବାକୁ ଲାଗିଲେ । ସେହି ସମୟରେ ବିପରୀତ ଦିଗରୁ ଆସୁଥିଲା ଆଉ ଏକ ଟ୍ରେନ । ପଶ୍ଚିମବଙ୍ଗର ସାନ୍ତ୍ରାଗାଛି ଷ୍ଟେସନ ପରେ ପରେ ଏମିତି ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, ଧଉଳି ଏକ୍ସପ୍ରେସ ସାଲିମାରରୁ ପୁରୀ ଅଭିମୁଖେ ଆସୁଥିଲା । ସାନ୍ତ୍ରାଗାଛି ଷ୍ଟେସନ ପାରିହେବା ପରେ D 11ବଗିରୁ ଧୂଆଁ ବାହାରି ଥିଲା । ସେହି ସମୟରେ ଟ୍ରେନରେ ନିଆଁ ଲାଗିଥିବା ଭାବି ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇ ପଡିଥିଲେ । ଫଳରେ ଅଧ ଘଣ୍ଟାଏ ଟ୍ରେନ ଅଟକି ରହିଥିଲା । ତାପରେ ରେଳ ବିଭାଗ କର୍ତ୍ତୃପକ୍ଷ କହିଥିଲେ, ଏହା ଅଗ୍ନିକାଣ୍ଡ ନୁହେଁ, ବ୍ରେକ୍ ବଣ୍ଡିଂ । ଆଉ ଧୂଆଁ ବାହାରିବ ନାହିଁ । ପରେ ଯାତ୍ରୀମାନେ ଟ୍ରେନରେ ବସିଥିଲେ । ଆଉ ୪୫ ମିନିଟ୍ ବିଳମ୍ବରେ ଧଉଳି ଏକ୍ସପ୍ରେସ ଛାଡିଥିଲା ।

You Can Read :

wp:embed {"url":"https://www.prameyanews7.com/lover-killed-by-man-in-boipariguda-of-koraput/","type":"wp-embed","providerNameSlug":"prameya-news-7"}
https://www.prameyanews7.com/lover-killed-by-man-in-boipariguda-of-koraput/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.