ଭୟଙ୍କର ଅଗ୍ନିକାଣ୍ଡ, ଜଳିପୋଡ଼ି ପାଉଁଶ ହୋଇଗଲା ରିସର୍ଟ

Published By : Prameya-News7 Bureau | May 24, 2024 IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଅଲୀପୁର ଅଞ୍ଚଳରେ ଥିବା ଏକ ରିସର୍ଟରେ ଭୟଙ୍କର ଅଗ୍ନିକାଣ୍ଡ । ଶୁକ୍ରବାର  ଦ୍ବିପ୍ରହରରେ ଏଠାରେ ଥିବା କାର୍ଣ୍ଣିଭାଲ ରିସର୍ଟରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି। ଏଥିରେ ରିସର୍ଟଟି ସଂପର୍ଣ୍ଣ ଜଳିପୋଡ଼ି ନଷ୍ଟ ହୋଇଯାଇଛି। ଏହି ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ନିଆଁର କଳା ଧୂଆଁ ଅନେକ ଦୂରରୁ ଦୃଶ୍ୟମାନ ହେଉଥିଲା।

ଘଟଣାର ସୂଚନା ପାଇଁ ଦମକଳ ବିଭାଗର ଅନେକ ଗାଡ଼ି ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଥିଲେ‌। ଆଉ ପ୍ରାୟ ଏକ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇପାରିଥିଲା। ସୌଭାଗ୍ୟବସତଃ ଏଥିରେ କେହି ମୃତାହତ ହୋଇନାହାଁନ୍ତି। ଏହି ଅଗ୍ନିକାଣ୍ଡରେ ରିସର୍ଟରେ ଥିବା ସବୁ ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। 

ତେବେ ଏର୍ଯ୍ୟନ୍ତ ଅଗ୍ନିକାଣ୍ଡର ବିଷୟରେ ଜଣାପଡ଼ିନଥିବାବେଳେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ଅଗ୍ନିକାଣ୍ଡ ଯୋଗୁଁ ରେଷ୍ଟୁରାଣ୍ଟକୁ ବଡ଼ ଧରଣର କ୍ଷତି ହୋଇଛି। ନିଆଁକୁ ଆୟତ୍ତ କରାଯିବା ପରେ ଏବେ କ୍ଷୟକ୍ଷତିର ଆକଳନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.