ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୧୦; ୩୦ ରୁ ଅଧିକ ଆହତ
29/12/2022 at 9:29 AM

ନୂଆଦିଲ୍ଳୀ, ୨୯/୧୨: କାମ୍ବେଡ଼ିଆର ପୋଇପେଟରେ ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ। ନିଆଁ ଲାଗି ୧୦ ଜଣକ ମୃତ୍ୟୁ ହୋଇଥିବାବେଳେ ୩୦ ଆହତ ହୋଇଛନ୍ତି। ଏହି ଘଟଣା ପରେ ଅନେକ ନିଖୋଜ ଅଛନ୍ତି। ରିପୋର୍ଟ ଅନୁଯାୟୀ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଛି।
ସୂଚନା ଅନୁଯାୟୀ, ପୋଇପେଟ୍ ଗ୍ରାଣ୍ଡ୍ ଡାଇମଣ୍ଡ୍ ସିଟି ହୋଟେଲ ଏବଂ କସିନୋରେ ଏହି ଘଟଣା ଘଟିଛି। ନିଆଁ ଲାଗିବାର କିଛି ସମୟ ମଧ୍ୟରେ ନିଆଁ ବ୍ୟାପି ଯାଇଥିଲା। ଘଟଣାସ୍ଥଳର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ଦେଖାଯାଉଛି ଯେ ଜୀବନ ବଞ୍ଚାଇବା ପାଇଁ ଲୋକେ ୫ମ ମହଲାରୁ ତଳକୁ ଡେଉଁଛନ୍ତି।
ଅଗ୍ନିଶମ ବାହିନୀ ନିଆଁକୁ ୭୦ ପ୍ରତିଶତ ଆୟତ୍ତ କରିଥିବା ନେଇ କୁହାଯାଇଛି। ହୋଟେଲରେ ମଧ୍ୟରାତ୍ରିରେ ଏହି ନିଆଁ ଲାଗିଥିଲା। ଏହାପରେ ଏହି ନିଆଁ ସମଗ୍ର ବିଲ୍ଡିଂରେ ଲାଗିଯାଇଥିଲା। କୁହାଯାଉଛି ପ୍ରାୟ ୬ ଘଣ୍ଟା ଧରି ନିଆଁ ଲାଗିରହିଥିଲା। ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।