ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡରେ ୧୨ ମୃତ, ଉଦ୍ଧାର କାର୍ଯ୍ୟରେ ନିୟୋଜିତ ୫୦ ରୁ ଅଧିକ ଆମ୍ବୁଲାନ୍ସ

Published By : Prameya-News7 Bureau | January 31, 2023 IST

ନୂଆଦିଲ୍ଳୀ, ୩୧/୦୧: ଝାଡ଼ଖଣ୍ଡ ଧନବାଦର ଆଶୀର୍ବାଦ ଟାଓ୍ବାରରେ ଭୟଙ୍କର ଅଗ୍ନିକାଣ୍ଡ। ନିଆଁ ଲାଗିବା କାରଣରୁ ସମଗ୍ର ବିଲ୍ଡିଂରେ ହଇଚଇ ସୃଷ୍ଟି ହୋଇଥିଲା। ସୂଚନା ଅନୁଯାୟୀ, ଏହି ଘଟଣାରେ ଏପର୍ଯ୍ୟନ୍ତ ୧୨ ଜଣକ ମୃତ୍ୟୁ ହୋଇଥିବାବେଳେ ୧୬ ରୁ ଅଧିକ ଆହତ ହୋଇଛନ୍ତି। ଏବେବି ବିଲ୍ଠିଂରେ ଅନେକ ଲୋକ ଫସି ରହିଥିବା ତଥା ମୃତ୍ୟୁ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି।

ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ୧୦ ମହଲା ବିଶିଷ୍ଟ ଏହି ବିଲ୍ଡିଂରେ ନିଆଁ ଲାଗିଥିବା ନେଇ ଖବର ପାଇବା ପରେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥିଲା ସ୍ଥାନୀୟ ପୋଲିସ୍‌ ଟିମ୍ ଏବଂ ଦମକଳ ବାହିନୀ। ନିଆଁ ଲିଭା କାର୍ଯ୍ୟରେ ଅନେକ ଦମକଳ ବାହିନୀ ନିୟୋଜିତ ଅଛନ୍ତି।  ସେପେଟ ଏବେବି ନିଆଁ ବଢ଼ିଚାଲିଥିବା ନେଇ ଖବର ଆସିଛି। ଦମକଳ ବାହିନୀର ଅନେକ ଚେଷ୍ଟା ସତ୍ତ୍ବେ ବି ଏପର୍ଯ୍ୟନ୍ତ ନିଆଁ ଉପରେ କାବୁ କରାଯାଇପାରିନାହିଁ। ଉଦ୍ଧାର କାର୍ଯ୍ୟରେ ୫୦ ରୁ ଅଧିକ ଆମ୍ବୁଲାନ୍ସ ନିୟୋଜିତ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.