ସୋରରେ ଅଗ୍ନିକାଣ୍ଡ ; ନିଆଁରେ ଜଳିଗଲା ଚାରି ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି
Published By : Prameya-News7 Bureau | November 26, 2018 IST
ସୋର ୨୬|୧୧: ନିଆଁ ଲାଗି ଚାରି ବଖରା ଘର ଜଳିଯାଇଛି । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ସୋର ମ୍ୟୁନିସିପାଲଟି ୧୮ନଂ ଓାର୍ଡ ମୋହନପୁର ଗ୍ରାମର ନିଆଁ ଲାଗି sଚାରି ବଖରା ପୋଡି ପାଉଁଶ ହୋଇଯାଇଛି। ବିଳମ୍ବିତ ରାତିରେ ଅଘଟଣ ଘଟିଥିଲା। ଖବର ପାଇବା ପରେ ସୋର ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ସୁନା ଗହଣା, ଧାନ ଚାଉଳ ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡିଯାଇଛି। ତିନୋଟି ଛେଳି ଓ ପାଞ୍ଚଟି କୁକୁଡା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।