LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବନବିଭାଗ ଗାଡ଼ି ଉପରେ ଗୁଳିମାଡ, ପୋଲିସ ଉପରେ ସଙ୍ଗୀନ ଅଭିଯୋଗ ଆଣିଲେ ଆହତ ବନ କର୍ମଚାରୀ

1/04/2023 at 6:29 PM

ବୌଦ୍ଧ: ସାରା ରାଜ୍ୟରେ ୮୮ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଥିବା ବେଳେ ବୌଦ୍ଧ ପୋଲିସ୍ ଉପରେ ଆସିଛି ସଙ୍ଗୀନ ଅଭିଯୋଗ । ଗତ ମାର୍ଚ୍ଚ ୨୯ ତାରିଖ ରାତିରେ ବୌଦ୍ଧ ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଖଲିଆପାଲି ଛକରେ ବନବିଭାଗର ପେଟ୍ରୋଲିଂ ଗାଡ଼ିକୁ ଗୁଳି ମାଡ ଘଟଣାରେ ଆସିଛି ନୂଆ ମୋଡ । ଦୁଇ ଜଣ ପୋଲିସ କର୍ମଚାରୀ ଗୁଳି କରିଥିବା ନେଇ ବୌଦ୍ଧ ଆଦର୍ଶ ଥାନାରେ ଅଭିଯୋଗ କରିଛନ୍ତି ଆହତ ବନ କର୍ମଚାରୀ ନବ କିଶୋର ସାହୁ। ପୋଲିସ କର୍ମଚାରୀ କୁଶଳ ପ୍ରଧାନ ଏବଂ ହରି ସାହୁଙ୍କ ନାମ ରେ ଅଭିଯୋଗ ଆଣିଛନ୍ତି ଆହତ ବନ କର୍ମଚାରୀ । ଏପଟେ ଘଟଣାର ତିନି ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ୍ ହାତ ଖାଲି । ସେପଟେ ସମସ୍ତ ଦିଗକୁ ନେଇ ତଦନ୍ତ ଚାଲିଛି ବୋଲି କହିଛନ୍ତି ଏସପି ।

ମାର୍ଚ୍ଚ ୨୯ ରାତିରେ ବୌଦ୍ଧ ବନବିଭାଗ ପକ୍ଷରୁ ବଘିଆପଡ଼ା ଅଞ୍ଚଳରେ ପେଟ୍ରୋଲିଂ କରାଯାଉଥିବା ସମୟରେ ଖଲିଆପାଲି ଛକ ନିକଟରେ ଦୁଇଟି ବାଇକ୍ ଯୋଗେ ୪ ଜଣ ପୋଲିସ୍ କର୍ମଚାରୀ ଆସି ପେଟ୍ରୋଲିଂ ଗାଡ଼ିଟିକୁ ଅଟକାଇ ଥିଲେ ଏବଂ ଅତର୍କିତ ଭାବେ ଗାଡ଼ି ଉପରକୁ ଦୁଇ ଜଣ ପୋଲିସ୍ କର୍ମଚାରୀ ଗୁଳି ଚାଲାଣ କରିଥିଲେ । ଫଳରେ ଗାଡ଼ିରେ ବସିଥିବା ବନ କର୍ମଚାରୀଙ୍କ ଦେହରେ ଗୁଳି ବାଜିଥିବା ବେଳେ ଦୁଇ ଜଣ ଗୁରୁତର ହୋଇ ପଡ଼ିଥିଲେ ।

ତେବେ ଆହତ ବନ କର୍ମଚାରୀ ନବ କିଶୋର ସାହୁ ଆଜି ମେଡିକାଲରୁ ଆସିବା ପରେ ବୌଦ୍ଧ ଆଦର୍ଶ ଥାନା ଆସି ଦୁଇ ଜଣ ପୋଲିସ କର୍ମଚାରୀଙ୍କୁ ଦେଖିଥିବା ଏବଂ ତାଙ୍କ ନାମ ସହ ଗାଡ଼ି ନଂ ଉଲ୍ଲେଖ କରି ଏକ ଅଭିଯୋଗ ଥାନାରେ କରିଛନ୍ତି ।  କୁଶଳ ପ୍ରଧାନ ଏବଂ ହରି ସାହୁ ଏକ ପଲ୍ସର୍ ବାଇକ୍ ଯୋଗେ ଆସି ତାଙ୍କ ବନ୍ଧୁକରୁ ତାଙ୍କୁ ଗୁଳି ମାରିଥିବା ଅଭିଯୋଗ କରିଛନ୍ତି ଆହତ ବନ କର୍ମଚାରୀ ନବ କିଶୋର ସାହୁ । ତେବେ ଏ ଅଭିଯୋଗ ପରେ ପୋଲିସ୍ ର ଭୂମିକା ଉପରେ ସନ୍ଦେହ ସୃଷ୍ଟି ହେଉଥିବା ଚର୍ଚ୍ଚା ଜୋର ଧରିଛି ।

ବନ କର୍ମଚାରୀଙ୍କ ସଙ୍ଗୀନ ଅଭିଯୋଗ ସମ୍ପର୍କରେ ବୌଦ୍ଧ ବନଖଣ୍ଡ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ହେଁ DFO ନବଙ୍କ ଅଭିଯୋଗ ସମ୍ପର୍କରେ ଏ ପର୍ଯ୍ୟନ୍ତ ତାଙ୍କ ପାଖରେ ଖବର ନାହିଁ ଏବଂ ପୋଲିସକୁ ଏ ଗୁଳି ମାଡ ଅଭିଯୋଗ କରାଯାଇଛି। ପୋଲିସ୍ ତଦନ୍ତ ପରେ ଯାଇ ଯାହା ସ୍ପଷ୍ଟ ହେବ ବୋଲି ଡିଏଫଓ ଦେବପ୍ରିୟ କମ୍ପ ସୂଚନା ଦେଇଛନ୍ତି । ସେପଟେ  ଘଟଣାର ତିନି ଦିନ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାହିଁକି ପୋଲିସ୍ ଅଭିଯୁକ୍ତ ଙ୍କୁ ଧରିବାରେ ବିଫଳ ହୋଇଛି ନା ପୋଲିସ୍ କର୍ମଚାରୀ ଗୁଳି କରିଥିବା ପୋଲିସ ଜାଣି ମଧ୍ୟ ଘଟଣା କୁ ଚାପାଇଁବାରେ ଉଦ୍ୟମ କରୁଥିବା ଚର୍ଚ୍ଚାର ବିଷୟ ପାଲଟିଛି ।

ତେବେ ଏ ସମ୍ପର୍କରେ ବୌଦ୍ଧ ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ  ତଦନ୍ତ ଚାଲିଛି ଏବଂ ଯଥାଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି । ବନ ବିଭାଗ କର୍ମଚାରୀଙ୍କ ଉପରକୁ ଦୁର୍ବୃତ୍ତ ଗୁଳି ମାଡ କରିବା ଜିଲ୍ଲାରେ ପ୍ରଥମ ଘଟଣା ପାଲଟିଥିବା ବେଳେ ଅଭିଯୁକ୍ତ ଏ ପର୍ଯ୍ୟନ୍ତ ଧରା ପଡୁନାହିଁ । ତେବେ ସଠିକ୍ ତଦନ୍ତ କରିବା ସହିତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି ହୋଇଛି ।

   Related Posts