ଦୀପାବଳିରେ ଅଘଟଣ; ବାଣ ଦୋକାନରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ୪

Published By : Prameya-News7 Bureau | November 12, 2023 IST

ପାରାଦୀପ ୧୨/୨୩: ଜଗତସିଂହପୁର ଜିଲ୍ଲା ପାରାଦୀପ ନୂଆଗଡ଼ରେ ଅଘଟଣ । ବାଣ ଦୋକାନରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୪ଜଣ ବ୍ୟକ୍ତି । ଫୋମ୍  ସ୍ପ୍ରେ ଯୋଗୁ ଏକ ବଡ଼ ଅଘଟଣ ଟଳିଯାଇଛି ।

wp:embed {"url":"https://www.prameyanews7.com/diwali-2023-celebrate/","type":"wp-embed","providerNameSlug":"prameya-news-7"}
https://www.prameyanews7.com/diwali-2023-celebrate/
/wp:embed

ସୂଚନା ଅନୁଯାୟୀ, ଗତକାଲି ରାତିରେ ଲକ୍ ଥାନା ଅଧିନସ୍ଥ ନୂଆଗଡ଼ର ଏକ ବାଣ ଦୋକାନରେ ଲୋକେ ଶୋଇଥିବା ବେଳେ ଅଚାନକ ନିଆଁ ଲାଗି ଯାଇଥିଲା । ସ୍ଥାନୀୟ ଲୋକେ ତୁରନ୍ତ ଦୋକାନରେ ଥିବା ଫୋମ୍ ସ୍ପ୍ରୋ ମଧ୍ୟମରେ ନିଆଁକୁ ଆୟତ୍ତ କରିନେଇଥିଲେ । ଫଳରେ ୪ ମୂଲ୍ୟବାନ ଜୀବନ ବର୍ତ୍ତି ଯାଇଛି । ଦୋକାନରେ ଶୋଇଥିବା ଲୋକଙ୍କୁ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ତେବେ କେଇଁ କାରଣ ନିଆଁ ଲାଗିଥିଲା ତାହା ଅସ୍ପଷ୍ଟ ରହିଛି । ସେପଟେ ଅଗ୍ନିକାଣ୍ଡ ଘଟଣାରେ ଲକ୍ ଥାନା ପୋଲିସ ତନାଘନା କରିଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.