ଭୁବନେଶ୍ୱର ୧୬।୦୫ : ଭୁବନେଶ୍ୱର ରସୁଲଗଡ଼ ଜିଜିପି କଲୋନୀରେ ଅଘଟଣ । ନିଆଁ ଲାଗି ଜଳିଗଲା ପାଞ୍ଚୋଟି ଦୋକାନ । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳପୋଡି ପାଉଁଶ ହୋଇଯାଇଛି ।
ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତି ୧୨ଟାରୁ ୧ଟା ମଧ୍ୟରେ ହଠାତ୍ ବହୁଜୋରରେ ଶବ୍ଧ ହୋଇଥିଲା । ଏହାଦେଖି ସ୍ଥାନୀୟଲୋକେ ଘର ବାହାରକୁ ଆସିଥିଲେ । ହେଲେ ସେତେବେଳକୁ ରସୁଲଗଡ଼ ଜିଜିପି କଲୋନୀରେ ଥିବା ପାଞ୍ଚୋଟି ଦୋକାନରେ ନିଆଁ ଲାଗିଯାଇଥିଲା । ଯାହାଫଳରେ ଦୋକାନରେ ଥିବା ଲକ୍ଷାଧିକ ଟଙ୍କର ସମ୍ପତି ପୋଡି ପାଉଁଶ ହୋଇଯାଇଛି । ଜଳିଯାଇଥିବା ଦୋକାନ ମଧ୍ୟରେ ଫଳ, ଫାଷ୍ଟପୁଡ, ପନିପରିବା ରହିଛି ।
ତେବେ ବର୍ତ୍ତମାନ ଯାଏଁ ନିଆଁ ଲାଗିବାର ସଠିକ୍ କାରଣ ଜଣାପଡିନଥିବା ବେଳେ ଗ୍ୟାସ୍ ସିଲିଣ୍ଡରରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ପୋଲିସ ପହଞ୍ଚି ଛାନ୍ଭିନ୍ କରୁଛି ।