ପଟିଆ ଛକର ଏକ ଆପାର୍ଟମେଣ୍ଟରେ ନିଆଁ, ଅଗ୍ନିଶମ ବାହିନୀର ୪ଟି ଗାଡି ନିୟୋଜିତ

Published By : Prameya-News7 Bureau | June 20, 2024 IST

ଭୁବନେଶ୍ୱର ୨୦।୦୬ : ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ନିଆଁ । ଭୁବନେଶ୍ୱର ପଟିଆ ଛକରେ ଥିବା ଏହି ବିଶାଳ ଆପାର୍ଟମେଣ୍ଟରେ ଲାଗିଛି ନିଆଁ । ଯାହାକୁ ଆୟତ୍ତ ଲାଗି ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛି । 

ଖବର ଅନୁଯାୟୀ, ପଟିଆ ଛକରେ ଥିବା ଲକି ଆପାର୍ଟମେଣ୍ଟରେ ହଠାତ୍‌ ନିଆଁ ଲାଗିଥିଲା । ବିଲ୍ଡିଂର ଅଷ୍ଟମ ମହଲା ନିଆଁ ଲାଗିଥିଲା । ଏହାପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଖବର ପାଇବା ପରେ ଅଗ୍ନିଶମ ବାହିନୀ ୪ଟି ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ ଲାଗି ଉଦ୍ୟମ କରୁଛି । 

ସେପଟେ ବିଲ୍ଡିଂରେ ନିଆଁ ଲାଗିଥିବା ଖବର ପାଇ ସେଠାରେ ରହୁଥିବା ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଯାଇଛି । ସେହି ମହଲା କିମ୍ବା ପାଖାପାଖି ଘରେ ରହିଥିବା ଲୋକ ତୁରନ୍ତ ସୁରକ୍ଷିତ ସ୍ଥାନକୁ ବାହାରି ଆସିଛନ୍ତି । ତେବେ ଏବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.