ଭୁବନେଶ୍ୱର ୦୩।୧୦ : ଲୋକସେବା ଭବନରେ ଅଗ୍ନିକାଣ୍ଡ । ଲୋକସେବା ଭବନର ରାଜସ୍ୱ ବିଭାଗରେ ଲାଗିଛି ନିଆଁ । ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର ସଠିକ୍ କାରଣ ଜଣାପଡିନାହିଁ ।
ଖବର ଅନୁଯାୟୀ, ମଙ୍ଗଳବାର ଦିନ ସକାଳ ସମୟରେ ହଠାତ୍ ଲୋକସେବା ଭବନର ରାଜସ୍ୱ ବିଭାଗରେ ଅଗ୍ନିକାଣ୍ଡ ଲାଗିଥିବା ନେଇ ଜଣାପଡିଥିଲା । ଏହାପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଛି ।
ସେପଟେ ଲୋକସେବା ଭବନର ରାଜସ୍ୱ ବିଭାଗରେ କେମିତି ଲାଗିଲା ନିଆଁ ? ସେନେଇ କିଛି କାରଣ ଜଣାପଡିନାହିଁ । ନିଆଁକୁ ଆୟତ୍ତ ପରେ ସଠିକ୍ କାରଣ ଜଣାପଡିବ ବୋଲି ଆଶା କରାଯାଇଛି ।