ବିସ୍ଥାପିତଙ୍କ ବସ୍ତିରେ ଲାଗିଲା ନିଆଁ; ଜଣେ ଗୁରୁତର
24/01/2019 at 11:32 AM

କରଞ୍ଜିଆ ୨୪/୧ : ବିସ୍ଥାପିତଙ୍କ ବସ୍ତିରେ ଲାଗିଲା ନିଆଁ | କରଞ୍ଜିଆ ଥାନା ସିଏନଈ ଠାରେ ନିଆଁ ଲାଗି ୧୫ରୁ ଅଧିକ ବଖରା ଜଳିଯାଇଛି | ଏହାସହ ଅଗ୍ନିକାଣ୍ଡରେ ଜଣେ ଗୁରୁତର ହୋଇଛନ୍ତି | ଗୁରୁତରଙ୍କୁ କରଞ୍ଜିଆ ମେଡିକାଲରେ ଭର୍ତ୍ତି କରାଯାଇଛି | ଖବରପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚିଥିଲେ | ବନବିଭାଗ କର୍ମଚାରୀଙ୍କ ସହାୟତାରେ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିଲା | ଶୀତ ପାଇଁ ନିଆଁ ପୁଂ ଥିବାବେଳେ ନିଆଁ ଲାଗିଥିବା ଅନୁମାନ କରାଯାଉଛି | ଶିମିଳିପାଳ ରାମଜଡିରୁ ବିସ୍ଥାପିତ କରି କରଞ୍ଜିଆ ଥାନା ସିଆଲନଈ ଠାରେ ୭୩ ପରିବାରକୁ ଥଇଥାନ କରିଥିଲା ପ୍ରଶାସନ |

Related Posts
ବୋଲେରୋ ଓ ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ ଓ ୩ ଗୁରୁତର
28 January 2023
କାଳେସୀ ଲାଗି ପାଣିକୁ ଡେଇଁଲେ ବୃଦ୍ଧ, ଚାଲିଗଲା ଜୀବନ
28 January 2023