ଜଗତସିଂହପୁରରେ ଅଗ୍ନିକାଣ୍ଡରେ ୧୦ ବଖରା ଘର ପୋଡି ପାଉଁଶ; ୨୦ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ

Published By : Prameya-News7 Bureau | October 28, 2018 IST

ଜଗତସିଂହପୁର ୨୮/୧୦ : ଜଗତସିଂହପୁର ଜିଲ୍ଲା ବାଲିକୁଦା ତହସିଲ ଅନ୍ତର୍ଗତ ପାଇକରାପୁର ଗାଁରେ ଗତ କାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି | ଅଗ୍ନିକାଣ୍ଡରେ ଗାଁର ସଞ୍ଜୟ ସ୍ୱାଇଁ,ଦିଲୀପ ସ୍ୱାଇଁ ଓ ଅରୁଣ ସ୍ଵାଇଁଙ୍କର ୧୦ ବଖରା ଚାଳ ଘର ସମ୍ପୂର୍ଣ ପୋଡି ଯାଇଛି । ଖବର ପାଇ ବାଲିକୁଦା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡିନଥିବା ବେଳେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟି ଥାଇପାରେ ବୋଲି ସନ୍ଦେହ କରାଯାଉଛି । ଅଗ୍ନିକାଣ୍ଡରେ ପ୍ରାୟ ୨୦ ଲକ୍ଷରୁ ଉର୍ଦ୍ଧ୍ଵ ମୂଲ୍ୟର ସମ୍ପତି ପୋଡି ନଷ୍ଟ ହୋଇ ଯାଇ ଥିବାର ଆକଳନ କରାଯାଇଛି । ଆଜି ସକାଳେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ପାଇକରାପୁର ଗାଁରେ ପହଁଚି କ୍ଷୟକ୍ଷତି ଆକଳନ କରିବା ସହ ବିପନ୍ନମାନଙ୍କୁ ଖୁବଶୀଘ୍ର ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.