ବାଣ ନିଆଁରେ ପୋଡି ପାଉଁଶ ହୋଇଗଲା ଗୁହାଳ, ଅଳ୍ପକେ ବର୍ତ୍ତିଲେ ଗାଈ-ବାଛୁରୀ

Published By : Prameya-News7 Bureau | November 13, 2023 IST

ଭୁବନେଶ୍ବର ୧୩।୧୧: ଦୀପାବଳିରେ ଅଘଟଣ । ବାଣ ନିଆଁରେ ଜଳିଗଲା ଗୁହାଳ । ଅଗ୍ନିକାଣ୍ଡ ଫଳରେ ଗୁହାଳଟି ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି । ଗୁହାଳରେ ବନ୍ଧା ହୋଇଥିବା ଗାଈ ଓ ବାଛୁରୀ ଉଦ୍ଧାର ହୋଇଥିବା ଜଣାପଡିଛି ।

{"id":869147,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ବାରଙ୍ଗ ବ୍ଲକ୍ କୁରାଙ୍ଗପ୍ରଧାନ ଗ୍ରାମ ପଞ୍ଚାୟତ ଗୁଆଳି ଗାଁର ବାମଦେବ ପାତ୍ର ଏବଂ ରମେଶ ଚନ୍ଦ୍ର ପାତ୍ରଙ୍କ ଗୁହାଳ ନିଆଁରେ ଜଳିପୋଡି ପାଉଁଶ ହୋଇଯାଇଛି । କେଉଁ ଅଜଣା ବାଣ କିମ୍ବା ଆକାଶଦୀପରୁ ନିଆଁ ଖସି ଗୁହାଳରେ ପଡି ନିଆଁ ଲାଗିଥିବା ଅନୁମାନ କରାଯାଉଛି । ରବିବାର ସନ୍ଧ୍ୟା ପ୍ରାୟ ୭ଟା ୪୫ମିନିଟ୍‌ ସମୟରେ ଏଭଳି ଘଟଣା ଘଟିଥିବା କୁହାଯାଉଛି । ଦୀପାବଳି ଉତ୍ସବର ମାହୋଲରେ ସମସ୍ତେ ବ୍ୟସ୍ତ ଥିବା ବେଳେ ଏଭଳି ଏକ ଅଘଟଣ ଘଟିଯାଇଛି ।

{"id":869146,"sizeSlug":"full","linkDestination":"none"}

ଗୁହାଳଟି ହୁତୁହୁତୁ ହୋଇ ଜଳୁଥିବା ବେଳେ ଗ୍ରାମବାସୀମାନେ ଅକ୍ଳାନ୍ତ ପରିଶ୍ରମ କରି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ଗାଁର ଯୁବକ, ଯୁବତୀଙ୍କଠୁ ଆରମ୍ଭ କରି ମହିଳା, ପୁରୁଷମାନେ ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ନିଆଁ ପ୍ରଖର ବେଗରେ ମାଡି ଯାଇଥିଲା । କିଛି ସମୟ ମଧ୍ୟରେ ସବୁ କିଛି ଜଳି ଛାରଖାର ହୋଇଯାଇଥିଲା । ଗ୍ରାମବାସୀଙ୍କ ସହାୟତାରେ ଗୁହାଳ ଭିତରେ ଥିବା ଗାଈ-ବାଛୁରୀକୁ ଉଦ୍ଧାର କରାଯାଇଥିଲା । ଖବର ପାଇ ପାହାଳ ଏବଂ ଅଡଶପୁର ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚିବା ବେଳକୁ ଗ୍ରାମବାସୀଙ୍କ ସହଯୋଗରେ ନିଆଁ ଆୟତ୍ତ ହୋଇସାରିଥିଲା ।

{"id":869144,"sizeSlug":"full","linkDestination":"none"}

ସୋମବାର ସ୍ଥାନୀୟ ଆରଆଇ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସରକାରଙ୍କୁ ସାହାଯ୍ୟ ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି । 

You Can Read :

wp:embed {"url":"https://www.prameyanews7.com/husband-and-wife-died-in-road-accident-ay-bhubaneswar-lingaraj-temple/","type":"wp-embed","providerNameSlug":"prameya-news-7"}
https://www.prameyanews7.com/husband-and-wife-died-in-road-accident-ay-bhubaneswar-lingaraj-temple/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.