ଚନ୍ଦ୍ରଶେଖରପୁର ହାଉସିଂବୋର୍ଡରେ ଅଗ୍ନିକାଣ୍ଡ, ଜଳିଗଲା ବାଇକ ଏବଂ ସାଇକେଲ୍

Published By : Prameya-News7 Bureau | November 13, 2023 IST

ଭୁବନେଶ୍ୱର ୧୩।୧୦ : ରାଜଧାନୀରେ ଦୀପାବଳି ରାତିରେ ଭୟାବହ ଅଗ୍ନିକାଣ୍ଡ। ଇଲେକ୍ଟ୍ରିକ୍ ମିଟର ବାକ୍ସରେ ସର୍ଟ ସର୍କିଟ ଯୋଗୁଁ ଲାଗିଲା ନିଆଁ। ଦେଖୁ ଦେଖୁ ଜଳିଗଲା ଗୋଟିଏ ସାଇକେଲ ସମେତ ୪ଟି ବାଇକ୍। ଏହାସହ ଜଳିଗଲା ଦୁଇ ଘରର ଆସବାବପତ୍ର। ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ ପହଞ୍ଚିବା ପରେ ରେସ୍କ୍ୟୁ ଅପରେସନ ଆରମ୍ଭ କରିଥିଲା। ଫସି ରହିଥିବା ୫ ଜଣଙ୍କୁ ଉଦ୍ଧାର କରିଥିଲା।

{"id":869012,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ରବିବାର ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀ ସ୍ଥିତ ଏମ୍.ଆଇ.ଜି ୱାନ୍ ୨୦ ବ୍ଲକରେ ମିଟର ବାକ୍ସରୁ ହୋଇଥିଲା ଅଗ୍ନିକାଣ୍ଡ। ମିଟର ବକ୍ସରୁ ନିଆଁ ବାହାରି ପାଖରେ ଥିବା ଗୋଟିଏ ସାଇକଲ୍ ଏବଂ ୪ଟି ବାଇକ ଜଳିପୋଡ଼ି ପାଉଁଶ ହୋଇଥିଲା। ଗାଡ଼ିର ତେଲ ଟାଙ୍କିରେ ନିଆଁ ଲାଗି ଲଗାତର ଭାବେ ବିସ୍ଫୋରଣ ହୋଇଥିଲା। କିନ୍ତୁ ଦୀପାବଳି ଥିବାରୁ କେହି ବାଣ ଫୁଟାଉ ଥିବା ଭାବି ଗୁରୁତ୍ଵ ଦେଇ ନଥିଲେ। ଫଳରେ ଟାଙ୍କି ଫାଟି ତଳ ମହଲାରୁ ଦ୍ଵିତୀୟ ମହଲା ପର୍ଯ୍ୟନ୍ତ ନିଆଁ ବ୍ୟାପିଥିଲା। ନିଆଁର ପ୍ରକୋପ ଏତେ ଥିଲା ଯେ ଉପର ମହଲରେ ଥିବା ଲୋକେ ବନ୍ଦ ଘରେ ଫସି ରହିଥିଲେ।

{"id":869013,"sizeSlug":"full","linkDestination":"none"}

ସେପଟେ ଅଗ୍ନିକାଣ୍ଡ ସଂପର୍କରେ ଖବର ପାଇ ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଖିଲେ । କର୍ମଚାରୀ ମାନେ ପହଞ୍ଚି ପ୍ରଥମେ ଗାଡ଼ି ଏବଂ ଘରେ ଲାଗିଥିବା ନିଆଁ ଲିଭାଇଥିଲେ। ଧୂଆଁର ଆସ୍ତରଣ ଏତେ ଥିଲା ଯେ ନିଆଁ ଲିଭାଇବା ଓ ଲୋକଙ୍କୁ ରେସ୍କ୍ୟୁ ବେଳେ ଅଗ୍ନିଶମ କର୍ମଚାରୀ ଅକ୍ସିଜେନ୍ ଟାଙ୍କି ବ୍ୟବହାର କରିଥିଲେ। ଫାୟାର ବ୍ରିଗେଡର ଗୋଟିଏ ଟିମ୍ ନିଆଁକୁ ଆୟତ୍ତ କରୁଥିବା ବେଳେ ଆଉ ଗୋଟିଏ ଟିମ୍ ଫସି ରହିଥିବା ୫ଜଣ ଲୋକଙ୍କୁ ଉଦ୍ଧାର କରିଥିଲା।

wp:embed {"url":"https://www.prameyanews7.com/salman-khan-could-not-break-his-own-films-record-on-the-opening-day/","type":"wp-embed","providerNameSlug":"prameya-news-7"}
https://www.prameyanews7.com/salman-khan-could-not-break-his-own-films-record-on-the-opening-day/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.