Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ଶିଖରଚଣ୍ଡୀ ପାହାଡରେ ଅଗ୍ନିକାଣ୍ଡ, ୩ ଥର ଲାଗିଲାଣି ନିଆଁ

13/03/2023 at 10:44 AM

ବାରଙ୍ଗ ୧୩।୩: ଭୁବନେଶ୍ବର ଶିଖରଚଣ୍ଡୀ ପାହାଡରେ ଲାଗିଲା ନିଆଁ । ଥରେ ନୁହେଁ ତିନି ତିନି ଥର ଲାଗିଲା ନିଆଁ । ଅଗ୍ନିକାଣ୍ଡ ସମୟରେ ପାହାଡ ଉପରେ ଗୋଟିଏ ହାତୀ ଥିବା ସୂଚନା ମିଳିଛି । ନିଆଁକୁ ଆୟତ୍ତ କରିଛି ଅଗ୍ନିଶମବାହିନୀ ।

ସୂଚନାଯୋଗ୍ୟ ଯେ, ଶିଖରଚଣ୍ଡୀ ପାହାଡରେ ଥିବା ଏକ ଘରୋଇ ଇଞ୍ଜନିୟରିଂ କଲେଜ ଏବଂ ବିସ୍କୁଟ କମ୍ପାନୀ ନିକଟରୁ ପ୍ରଥମେ ନିଆଁ ଲାଗିଥିଲା । ତାହା ପରେ ପାହାଡ ଉପରକୁ ବ୍ୟାପିଥିଲା । ଖବର ପାଇ ଉଭୟ ବନ ବିଭାଗ ଏବଂ ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଘଉଡ଼ାଇବା ସହ ନିଆଁକୁ ନିୟନ୍ତ୍ରଣ କରିଥିଲେ ।

ସେପଟେ ଅଗ୍ନିଶମବାହିନୀ କର୍ମଚାରୀଙ୍କ କହିବା ଅନୁସାରେ, ଜଙ୍ଗଲ ସଫେଇ ପରେ ଜମା ହୋଇ ରହୁଥିବା ଶୁଖିଲା ପତ୍ର, କାଠିକୁଟାରେ ନିଆଁ ଲାଗିବା ଏବଂ ତାପମାତ୍ରା ଅତ୍ୟଧିକ ଉତ୍ତପ୍ତ ଥିବାରୁ ନିଆଁ ଖୁବ୍ ଜୋରରେ ବ୍ୟାପିଥିଲା ।

   Related Posts