ନେସ୍କୋ ଗୋଦାମରେ ନିଆଁ, ଜଳିଗଲା ଶହଶହ ଟ୍ରାନ୍ସଫର୍ମର୍

Published By : Prameya-News7 Bureau | March 21, 2020 IST

ବାଲେଶ୍ୱର, ୨୧|୦୩:  ବାଲେଶ୍ୱର ଜିଲ୍ଲା ଶୋଭାରାମପୁରଠାରେ ଥିବା ନେସ୍କୋ ଗୋଦାମରେ ନିଆଁ ଲାଗିଥିବା ସୂଚନା ମିଳିଛି। ଏଥିରେ ଶହଶହ ଟ୍ରାନ୍ସଫର୍ମର ପୋଡିଯାଇଥିବା ଜଣାପଡିଛି।

ଶନିବାର ସନ୍ଧ୍ୟାରେ ନେସ୍କୋ ଗୋଦାମର ନିଆଁ ଲାଗିଯାଇଥିଲା। ଏଥିରେ ଶହଶହ ଟ୍ରାନ୍ସଫର୍ମର ପୋଡି ପାଉଁଶ ହୋଇଯାଇଛି। ତେବେ ଦମକଳବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଛି। କେଉଁ କାରଣରୁ ନିଆଁ ଲାଗିଲା ସେ ନେଇ କୌଣସି ସୂଚନା ମିଳିପାରି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.