ସପିଂ ମଲରେ ଭୟାବହ ଅଗ୍ନିକାଣ୍ଡ, ନିଆଁଲିଭା କାର୍ଯ୍ୟରେ ୧୪ ଦମକଳ ଗାଡି ନିୟୋଜିତ

Published By : Prameya-News7 Bureau | July 11, 2020 IST

ମୁମ୍ବାଇ, ୧୧|୦୭:  ମୁମ୍ବାଇର ବୀରେବଲୀ ଓ୍ୱେଷ୍ଟରେ ଥିବା ଏକ ସପିଂ ମଲରେ ଭୟବହ ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳରେ ୧୪ଟି ଦମକଲ ଗାଡି ପହଁଚି ନିଆଲିଭାରେ ଲାଗିଛନ୍ତି । ଏବେସୁଦ୍ଧା କେହି ମୃତାହତ ହୋଇଥିବା ସୂଚନା ମିଳିପାରି ନାହିଁ । କିନ୍ତୁ କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଥିବା ଅନୁମାନ କରାଯାଉଛି ।

ଶନିବାର ସକାଳେ ଏହି ସପିଂ ମଲରେ କୌଣସି ଲୋକ ନଥିଲେ । ନଚେତ୍ ଏକ ବଡ ବିପଦ ସୃଷ୍ଟି ହୋଇଥାନ୍ତା ।ଅଗ୍ନିଶମ କର୍ମଚାରୀମାନେ ନିଆଁଲିଭାରେ ଲାଗିପଡିଛନ୍ତି । ଏହାକୁ ଲେବୁଲ୍ ୪ର ନିଆଁ କୁହାଯାଉଛି ।

wp:html /wp:html

ତେବେ କେଉଁ କାରଣରୁ ଏହି ନିଆଁ ଲାଗିଲା ତାହା ଜଣାପଡି ନାହିଁ । ସର୍ଟସର୍କିଟ ହେତୁ ନିଆଁ ଲାଗିଥିଲା ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.