ଭୟାବହ ଅଗ୍ନିକାଣ୍ଡ, ସମ୍ପୂର୍ଣ୍ଣ ଜଳିଗଲା ୪ ବଖରା ଘର

Published By : Prameya-News7 Bureau | December 10, 2020 IST

ମହାକାଳପଡା ୧୦।୧୨: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଡଅଁରମୁଣ୍ଡ ଗାଁରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ପ୍ରହଲ୍ଲାଦ ବେଉରାଙ୍କ ୪ ବଖରା ଘର ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି । ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିବାରୁ ନିଆଁର ପ୍ରକୋପ ବହୁତ ଅଧିକ ଥିଲା ।

{"id":375382,"sizeSlug":"large","linkDestination":"none"}

ପଡୋଶୀ ଯୁବକ ଜଣଙ୍କ ଅଗ୍ନିକାଣ୍ଡ ଦେଖି ଲୋକମାନଙ୍କୁ ଘରୁ ବାହାର କରିଥିଲେ । ଏହି ନିଆଁରେ ଘରେ ଥିବା ଆସବାବପତ୍ର ସମେତ ଧାନ, ଚାଉଳ, ରୋଷେଇ ସାମଗ୍ରୀ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଖବରପାଇ ମାର୍ଶାଘାଇ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.