କାମାକ୍ଷାନଗରରେ ଜଳିଗଲା ୨୦ବଖରାରୁ ଉର୍ଦ୍ଧ ଘର
8/11/2018 at 11:07 AM

ଢେଙ୍କାନାଳ୮/୧୧: ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଦିଘୀ ପଞ୍ଚାୟତ କେନ୍ଦୁଢିପି ସାହିରେ ଅଗ୍ନିକାଣ୍ଡ ଘଟି ୧୦ଟି ପରିବାର ଙ୍କର ଜଳିଗଲା ୨୦ବଖରାରୁ ଉର୍ଦ୍ଧ ଘର। ଆଜି ଭୋର ସମୟ ପ୍ରାୟ ୪ଟା ବେଳକୁ ଗ୍ରାମର ନୃସିଂହ ନାୟକଙ୍କଘରୁ ପ୍ରଥମେ ନିଆଁ ଲାଗିଥିଲା ।ପରେ ପରେ ଅନ୍ୟ ମାନଙ୍କ ଘରକୁ ବ୍ୟାପିଯାଇଥିଲା। ଖବର ପାଇ କାମାକ୍ଷାନଗରରୁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।ଯାହା ଅନୁମାନ କରାଯାଉଛି ବିଦ୍ୟୁତ ସର୍ଟସର୍କିଟରୁ ନିଆଁ ଲାଗିଥାଇପାରେ।ନିଆଁର ପ୍ରକୋପରୁ ଲୋକମାନେ କେବଳ ପିନ୍ଧା ବସ୍ତ୍ର କୁ ଛାଡିଲେ କିଛିବି ବଞ୍ଚାଇ ପାରିନାହାନ୍ତି । ଯାହା ଅନୁମାନ କରାଯାଉଛି ଲକ୍ଷାଧିକ ଟଙ୍କା ର ସମ୍ପତି ପୋଡି ପାଉଁଶ ହୋଇଯାଇଛି।ଅଗ୍ନି ବିପନ୍ନଙ୍କ ପାଖରେ ଦିଘି ପଂଚାୟତ ସରପଞ୍ଚ ସିଲାରାଣୀ ସାହୁ,ଭୁବନ ବ୍ଲକ ଅଧକ୍ଷ ଧର୍ମାନନ୍ଦ ବରାଳ ପହଞ୍ଚି ବିପନ୍ନ ସମସ୍ୟା ବୁଝିବା ସହ ତୁରନ୍ତ ସରକାରୀ ସହାୟତା ଦେବାକୁ ଦାବି କରିଛନ୍ତି। ଏବଂ ପଞ୍ଚାୟତ ତରଫରୁ ଶୁଖିଲା ଖାଦ୍ୟ ସହ ରନ୍ଧାଖାଦ୍ୟ ବ୍ୟବସ୍ଥା କରାଯାଉଛି।