ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

Published By : Prameya-News7 Bureau | September 05, 2020 IST

ଆନନ୍ଦପୁର, ୦୫|୦୯: କେଉଁଝର ଜିଲ୍ଲା  ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ୍  ଅନ୍ତର୍ଗତ ବସନ୍ତପୁରା ଗ୍ରାମରେ  ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଗୋଟିଏ ଘର ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି ।

ସୂଚନାନୁସାରେ, ବସନ୍ତପୁରା  ଗ୍ରାମରେ ରହୁଥିବା ପୁରନ୍ଦର ପେରେଇଙ୍କ ଘରେ  ରୋଷେଇ ସମୟରେ ରନ୍ଧନ ଗ୍ୟାସରୁ  ନିଆଁ ଲାଗି ସମ୍ପୁର୍ଣ୍ଣ ଘର ସହ ଆସବାବପତ୍ର ଜଳି ପୋଡି ପାଉଁଶ ହୋଇଯାଇଥିଲା । ଘସିପୁରା ଦମକଳ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ବେଳକୁ ସମ୍ପୂର୍ଣ୍ଣ ଘରଟି ଜଳି ଯାଇଥିଲା । ଗ୍ୟାସ ଟାଙ୍କିରୁ ନିଆଁ ଲାଗିଥିବାରୁ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ସମସ୍ତ  ଆସବାବପତ୍ର, ଧାନ, ଚାଉଳ କିଛି ନଗଦ ଅର୍ଥ  ପୋଡ଼ି ଯାଇଥିବା ଦେଖିବାକୁ ମିଳିଛି।

 ଘର ଭସ୍ମିଭୂତ ହେବା ପରେ ପରିବାର ଲୋକେ ଖୋଲା ଆକାଶ ତଳେ ଆଶ୍ରୟ ନେଉଛନ୍ତି । ଏହାସହ ସରକାରୀ ସାହାଯ୍ୟକୁ ଅପେକ୍ଷା କରି ବସି ରହିଛନ୍ତି।  ସରକାରଙ୍କ ତରଫରୁ ସମ୍ପୃକ୍ତ ପରିବାରକୁ ତୁରନ୍ତ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.