ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଔଷଧୀୟ ଗଛ

Published By : Prameya-News7 Bureau | February 21, 2020 IST

ଡୋଲାଙ୍ଗ ୨୧।୨: ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରେ ଥିବା କଅଁଳପଡା ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ପାଖାପାଖି ପାଞ୍ଚ ଏକରରୁ ଅଧିକ ଜଙ୍ଗଲରେ ଥିବା ବାଉଁଶ, ଆମ୍ବ, ଲଙ୍କା ଆମ୍ବ ସମେତ ଅନେକ ଔଷଧୀୟ ଗଛ ନିଆଁରେ ଜଳି ନଷ୍ଟ ହୋଇଥିବା ସୂଚନା ମିଳିଛି । ଡେଲାଙ୍ଗ ଅଗ୍ନିଶମ ବିଭାଗ ପକ୍ଷରୁ ଦୁଇଟି ଦମକଳ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଦୀର୍ଘ ୩ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଛନ୍ତି। ଜଂଗଲରେ ରହୁଥିବା ଅନେକ ଜୀବଜନ୍ତୁଙ୍କ ଅବସ୍ଥା ଗୁରୁତର ଥିବା ସନ୍ଦେହ କରାଯାଉଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ଜଙ୍ଗଲ ନିକଟବର୍ତ୍ତି ଅଞ୍ଚଳରେ ରହୁଥିବା ଲୋକମାନେ ଭୟଭୀତ ଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.