କପଡା ଦୋକାନରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ

Published By : Prameya-News7 Bureau | December 27, 2021 IST

ରାଉରକେଲା ୨୭।୧୨: ସୁନ୍ଦରଗଡ ବୀରମିତ୍ରପୁର ଥାନା ଗାନ୍ଧୀ ରୋଡରେ ଥିବା ଏକ କପଡା ଦୋକାନ ସହ ଘରେ ଅଗ୍ନିକାଣ୍ଡ । ରବିବାର ରାତି ୧୨ଟା ବେଳେ ଭାୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଫଳରେ ଦୋକାନରେ ଥିବା ସମସ୍ତ କପଡା ଓ ଘରେ ଥିବା ସମସ୍ତ ଆସବାବପତ୍ର ଜଳିପୋଡି ପାଉଁଶ ହୋଇଯାଇଛି ।

ଘଟଣାସ୍ଥଳରେ ବୀରମିତ୍ରପୁର ପୋଲିସ ସହ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଦୋକାନ ସହିତ ଗୋଦାମରେ ଥିବା ସମସ୍ତ କପଡା ଜଳିପୋଡି ପାଉଁଶ ହୋଇଯାଇଛି । ପ୍ରାୟ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ଟଙ୍କାର କପଡା ସାମଗ୍ରୀ ଜଳି ପାଉଁଶ ହୋଇଯାଇଛି । ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.