ବାଲେଶ୍ୱର ସିଟି ଲାଇଫରେ ଅଗ୍ନିକାଣ୍ଡ ; ଅଳ୍ପକେ ବର୍ତ୍ତୀଲେ ଗ୍ରାହକ ଓ କର୍ମଚାରୀ
6/10/2018 at 4:23 PM

ବାଲେଶ୍ୱର ୬/୧୦ : ବାଲେଶ୍ୱର ସିଟି ଲାଇଫ ସପିଙ୍ଗ ମଲରେ ଅଗ୍ନିକାଣ୍ଡ ଘଟିଛି | ଅଳ୍ପକେ ବର୍ତ୍ତିଗଲେ ମଲ କର୍ମଚାରୀ ଓ ଗ୍ରାହକ | ନିଆଁକୁ ଆୟତ୍ତ କରିଥିଲେ ମଲର ସୁରକ୍ଷାକର୍ମୀ | ମଲ ବାହାରେ ଗ୍ରାହକଙ୍କ ବ୍ୟାଗରେ ବିସ୍ଫୋରଣ ଥିବା ସନ୍ଦେହ କରାଯାଉଛି | ସୂଚନାଯୋଗ୍ୟ ଯେ, ମଲ ବାହାରେ ଗ୍ରାହକମାନେ ଯେଉଁଠି ବ୍ୟାଗ ରଖନ୍ତି ସେହି କାଉଣ୍ଟରରେ ଅଚାନକ ନିଆଁ ଲାଗି ଧୂଆଁ ବାହାରୁଥିବା ସୁରକ୍ଷାକର୍ମୀ ଦେଖିବାକୁ ପାଇଥିଲେ | ସେମାନେ ଦୌଡ଼ି ଯାଇ ନିଆଁକୁ ଆୟତ୍ତ କରିଥିଲେ | ତେବେ ବ୍ୟାଗଟି କାହାର ଏବଂ ସେ କିଏ ତାହା ଏଯାଏ ଜଣାପଡିନାହିଁ | ପୋଲିସ ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ପହଂଚି ନାହିଁ |
Related Posts
ଡିଭାଇଡରରେ ପିଟି ହେଲା ବସ୍, ଗାଡ଼ିରେ ଥିଲେ ୨୦ରୁ ଅଧିକ ଯାତ୍ରୀ
30 January 2023
ସୁପାରି ନା ବ୍ୟକ୍ତିଗତ ରାଗ ? ନବ ଦାସଙ୍କ ମୃତ୍ୟୁ ଛାଡିଗଲା ଅନେକ ପ୍ରଶ୍ନ…
30 January 2023