ରାତିରେ ଶୋଇଥିବା ବେଳେ ଅଚାନକ ଘରେ ଲାଗିଗଲା ନିଆଁ, ଜଳିଗଲା ୩ ବଖରା ଘର

Published By : Prameya-News7 Bureau | November 22, 2021 IST

ଆନନ୍ଦପୁର ୨୨।୧୧: ଆନନ୍ଦପୁର ପୌରପରିଷଦ ୨ ନମ୍ବର ୱାର୍ଡର ପଦ୍ମପୁର ଗାଁରେ ଅଗ୍ନିକାଣ୍ଡ । ଫଳରେ ଗୋଟିଏ ପରିବାରର ୩ ବଖରା ଘର ଜଳି ପାଉଁଶ ହୋଇଯାଇଛି । ଗାଁର ଭାଗିରଥୀ ସାହୁଙ୍କ ପରିବାର ରାତିରେ ଶୋଇଥିବା ସମୟରେ ଅଚାନକ ଘରେ ନିଆଁ ଲାଗିଯାଇଥିଲା ।

{"id":548060,"width":755,"height":415,"sizeSlug":"full","linkDestination":"none"}

ତେବେ ଅଳ୍ପକେ ପରିବାର ଲୋକେ ନିଆଁ ଦାଉରୁ ବର୍ତ୍ତି ଯାଇଥିବା ବେଳେ ଘରର ଅସବାବପତ୍ର ଜଳିପୋଡି ପାଉଁଶ ହୋଇଯାଇଛି । ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଥିବା ବେଳେ ଅସହାୟ ପରିବାରକୁ ପ୍ରଶାସନିକ ସାହାଯ୍ୟ ପାଇଁ ଦାବି ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.