Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଖୋର୍ଦ୍ଧା : ଟ୍ରକକୁ ପଛରୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଧର୍ମଗଡ଼ : ବନୀକରଣ ନାଁରେ ଦୁର୍ନୀତି, ଜେଲ୍‌ ଗଲେ ଦୁଇ ପୂର୍ବତନ ବନ ଅଧିକାରୀ
  • ||
  • ମୁମ୍ବାଇ : କିରଣ ଖେର୍‌ କୋଭିଡ଼ ପଜିଟିଭ୍‌, ଟ୍ୱିଟ୍‌ ଜରିଆରେ ଲୋକଙ୍କୁ କଲେ ଖାସ୍‌ ଅପିଲ୍‌
  • ||
  • ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବର୍ଷା କମିବ, ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବ
  • ||

ଶିମିଳିପାଳରେ ବଢୁଛି ବନାଗ୍ନି; ୪୦ଟି ନୂଆ ଫାୟାର ପଏଣ୍ଟ ଚିହ୍ନଟ, ୧୯୯ କର୍ମଚାରୀ ସହ ୨୩୫ ସ୍ଥାନୀୟ ଲୋକେ ନିଆଁ ଲିଭାରେ ନିୟୋଜିତ

7/03/2023 at 10:01 PM

ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ବନାଗ୍ନି ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ସୋମବାର ସଂଧ୍ୟା ସୁଦ୍ଧା ଶିମିଳିପାଳ ଅଭୟାରଣ୍ୟର ୪୦ଟି ଫାୟାର ପଏଣ୍ଟରେ ଚିହ୍ନଟ ହୋଇଛି । ଗ୍ରୀଷ୍ମ ପ୍ରବାହ ଆରମ୍ଭ ସହ ବନାଗ୍ନି ପଏଣ୍ଟ ବଢିବାରେ ଲଗିଛି । ସୂଚନା ଅନୁଯାୟୀ, ଶିମିଳିପାଳ ଅଭୟାରଣ୍ୟରେ ରବିବାର ଉତ୍ତର ଓ ଦକ୍ଷିଣ ଡିଭିଜନରେ ସମୁଦାୟ ୯୭ଟି ଫାୟାର ପଏଣ୍ଟ ଚିହ୍ନଟ ହୋଇଥିବା ବେଳେ ସେଗୁଡିକ ଆୟତ୍ତ ହୋଇଛି । ପୁଣି ସୋମବାର ୪୦ଟି ନୂତନ ଫାୟାର ପଏଣ୍ଟ ଚିହ୍ନଟ ହୋଇଥିବା ନେଇ ସାଟେଲାଇଟ ତଥ୍ୟରୁ ଜଣାପଡ଼ିଛି ।

ଶିମିଳିପାଳ ଅଭୟାରଣ୍ୟରେ ଶୁଖିଲା ପତ୍ର ପଡିଥିବାରୁ ନିଆଁ କ୍ଷୀପ୍ର ଗତିରେ ବ୍ୟାପିବାରେ ଲାଗିଛି । ନିଆଁର ପ୍ରକୋପ ବୃଦ୍ଧି ପାଉଥିବାରୁ ସମ୍ପୂର୍ଣ୍ଣ ଆୟତ୍ତ କରିବା ବନ ବିଭାଗ ପାଇଁ କଷ୍ଟକର ବ୍ୟାପାର ହୋଇଛି । ଅଭୟାରଣ୍ୟର ବିଭିନ୍ନ ରେଞ୍ଜର ଏକର ଏକର ସ୍ଥାନରେ ନିଆଁ ଲାଗିଥିବା ବେଳେ ବହୁ ମୂଲ୍ୟବାନ ଗଛ ପୋଡି ପାଉଁଶ ହେଉଛି । ତେବେ ନିଆଁ ଲିଭେଇବା ପାଇଁ ବନ ବିଭାଗ କର୍ମଚାରୀଙ୍କ ସହ ସ୍ଥାନୀୟ ଲୋକେ ଉଦ୍ୟମ ଜାରି ରଖିଛନ୍ତି ।

ଶିମିଳିପାଳରେ ନିୟମିତ ଭାବରେ ନିଆଁ ଲାଗୁଥିବା ଘଟଣାକୁ ବନବିଭାଗ ମନୁଷ୍ୟକୃତ ବୋଲି କହି ଆସୁଛି। ତେବେ ଏହାକୁ ବିରୋଧ କରିଛି ଭଞ୍ଜସେନା । ବିଭାଗ ଓ ଅଧିକାରୀମାନଙ୍କ ଅପାରଗତାକୁ ଲୁଚାଇବା ଲାଗି ଏଭଳି କୁହାଯାଉଛି ବୋଲି କହିଛନ୍ତି ଭଞ୍ଜସେନାର କାର୍ଯ୍ୟକାରୀ ସଭାପତି ସଞ୍ଜୀବ ରାଉତ ଅଭିଯୋଗ ଆଣିଛନ୍ତି ।

ସେପଟେ ବନାଗ୍ନି ନିୟନ୍ତ୍ରଣ ପାଇଁ ୮୮ଟି ସ୍କ୍ୱାଡରେ ୧୯୯ କର୍ମଚାରୀ ସହ ୨୩୫ ସ୍ଥାନୀୟ ସବୁଜ ସାଥୀ ଫାୟାର ଲାଇନ ସୃଷ୍ଟି କରି ନିଆଁ ଲିଭାଇବାରେ ନିୟୋଜିତ ରହିଛନ୍ତି ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେଥିମଧ୍ୟରୁ ଉତ୍ତର ଡିଭିଜନରେ ୨୦୦ଟି ବ୍ଲୋୟର ମେସିନ ସହ ୮୦ଜଣ ବନ କର୍ମଚାରୀ ଓ ୧୨୦ ସ୍ଥାନୀତ ବନସାଥୀ ନିୟୋଜିତ ଅଛନ୍ତି । ସେହିପରି ଦକ୍ଷିଣ ଡିଭିଜନରେ ୨୩୪ଟି ବ୍ଲୋୟର ମେସିନ ସହ ୧୧୯ଜଣ ବନ କର୍ମଚାରୀ ଓ ୧୧୫ଜଣ ବନସାଥୀ ନିଆଁ ଲିଭାଇବାରେ ନିୟୋଜିତ ରହିଛନ୍ତି ବୋଲି ଦକ୍ଷିଣ ଡିଭିଜନର ଉପ ନିର୍ଦ୍ଦେଶକ ସମ୍ରାଟ ଗୌଡା ସୂଚନା ଦେଇଛନ୍ତି ।

ସୂଚନା ଥାଉ କି, ଚଳିତ ବର୍ଷ ଫେବ୍ରୁଆରୀରେ ୧୫୭ଟି ଓ ମାର୍ଚ୍ଚ ଆଜି ସୁଦ୍ଧା ୨୭୯ ଫାୟାର ପଏଣ୍ଟରେ ନିଆଁ ଲାଗିଛି । ଦୀର୍ଘ ଦିନରୁ ବର୍ଷା ହୋଇନଥିବା ବେଳେ ଶିମିଳିପାଳରେ ବନାଗ୍ନି ପାଇଁ ବର୍ଷା ହିଁ ଭରଷା ବୋଲି ପି.ସି.ସି.ଏଫ କହି ସାରିଛନ୍ତି ।

   Related Posts