ମକା ଟ୍ରକରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

Published By : Prameya-News7 Bureau | November 29, 2023 IST

ନାରାୟଣପାଟଣା ୨୯।୧୧ : ମକା ଟ୍ରକରେ ଲାଗିଲା ନିଆଁ । ଗାଡି ସହ ମକା ମଞ୍ଜି ପୋଡି ନଷ୍ଟ ହୋଇଥିବା ସୂଚନା ମିଳିଛି । ଅଳ୍ପକେ ବର୍ତ୍ତିଯାଇଛନ୍ତି ଡ୍ରାଇଭର । ଏବେ ପୁରା ସୁରକ୍ଷିତ ଥିବା ଜଣାପଡିଛି ।

ଖବର ଅନୁଯାୟୀ, ବିଳମ୍ବିତ ରାତିରେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରୁ ବିଜୟନଗରମ ଯାଉଥିବା ମକା ବୋଝେଇ ଟ୍ରକ ।  ହଠାତ୍‌ ଲକ୍ଷ୍ମୀପୁର ମାତାଲମ୍ବା ନିକଟରେ ମକା ଗାଡିରେ ନିଆଁ ଲାଗିଯାଇଥିଲା । ଯାହାଫଳରେ ଗାଡିରେ ଥିବା କିଛି ପରିମାଣର ମକା ନଷ୍ଟ ହୋଇଯାଇଛି । ହେଲେ ଡ୍ରାଇଭର ଜଣଙ୍କ ସୁରକ୍ଷିତ ଭାବେ ବାହାରି ଯାଇଥିବା ଜଣାପଡିଛି । ଏହାପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବହୁ ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ କରିଥିବା ଜଣାପଡିଛି ।

wp:embed {"url":"https://www.prameyanews7.com/ranbir-kapoor-shares-he-wants-to-stop-working/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ranbir-kapoor-shares-he-wants-to-stop-working/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.