scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରମୁଖ ଖବର
  • ଉତ୍ତରକାଶୀ ଟନେଲରୁ ବଡ଼ ଖବର ।। ୧୭ ଦିନ ପରେ ଉଦ୍ଧାରରେ ମିଳିଲା ସଫଳତା ।। ସମସ୍ତ ୪୧ ଶ୍ରମିକ ଉଦ୍ଧାର ।। ସୁଡ଼ଙ୍ଗରେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ।। ୧୭ ଦିନ ପରେ ସୁଡ଼ଙ୍ଗରୁ ସକୁଶଳ ଉଦ୍ଧାର ହେଲେ ୪୧ ଶ୍ରମିକ ।। ଉଦ୍ଧାର ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସେମାନଙ୍କ ପରିବାର ସହ ପଠାଗଲା ହସ୍ପିଟାଲ
  • ||

ସ୍ପାଇସ୍ ମଲ୍‌ରେ ନିଆଁ ସମସ୍ତେ ସୁରକ୍ଷିତ

26/08/2019 at 3:23 PM

ନୋଏଡା .- ନୋଏଡାରେ ଥିବା ସ୍ପାଇସ୍‌ ମଲ୍‌ରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଏହା ନୋଏଡାର ସେକ୍ଟର ୨୫ ରେ ରହିଛି । ସ୍ପାଇସ୍‌ମଲ୍‌ର ସବାଉପରେ ଥିବା ସିନେମା ହଲ୍‌ରେ ନିଆଁ ଲାଗିଥିଲା। ଏବେ ଏହା ଉପରେ ନିୟନ୍ତ୍ରଣ ଅଣାଯାଇଛି। ସିନେମା ଚାଲିଥିବା ବେଳେ ସର୍ଟ ସର୍କିଟ ହେବା ଯୋଗୁଁ ଚଟାଣରେ ପଡିଥିବା ପଟିରେ ନିଆଁ ଲାଗିଯାଇଥିଲା । ଏହା ଦେଖିବା ପେର ଲୋକମାନେ ପ୍ରାଣ ବିକଳରେ ଯିଏ ଯୁଆଡେ ପାଇଲେ ଦୌଡିଥିଲେ । କିଛି ସମୟ ଭିତରେ ଚାରିଆଡେ ଧୂଆଁ ଭର୍ତ୍ତି ହୋଇଯାଇଥିଲା ।

ଏହାପରେ ମଲ୍‌ରୁ ସବୁ ଲୋକଙ୍କୁ ବାହରକୁ କାଢି ଦିଆଯାଇଥିଲା ।ପରେ ଅଗ୍ନଶମ ବିଭାଗର କର୍ମଚାରୀ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ । ଏବେ କାଳେ କିଏ ରହିଯାଇଥିବେ ଅଗ୍ନିଶମ ବିଭାଗର କର୍ମଚାରୀ ତଲାସୀ କରୁଛନ୍ତି ।

ନିଆଁ ଲାଗିବା ପରେ ମଲ୍‌ରେ ବିଷାକ୍ତ ଧୂଆଁ ଭର୍ତ୍ତି ହୋଇଯାଇଥିଲା । ମଲ୍‌ କର୍ତ୍ତୃପକ୍ଷ ତୁରନ୍ତ ସମସ୍ତ ଲୋକ ଓ ଦୋକୋନୀମାନଙ୍କୁ ବାହାରକୁ କାଢି ଦେଇଥିଲେ ।

   Related Posts