ଖାନନଗର ପିସି ସରକାର ଲେନରେ ଅଗ୍ନିକାଣ୍ଡ, ଘରର ଆସବାବପତ୍ର ପୋଡି ପାଉଁଶ
4/12/2022 at 7:22 PM

କଟକ, ୪/୧୨: କଟକ ଖାନନଗର ପିସି ସରକାର ଲେନରେ ଅଗ୍ନିକାଣ୍ଡ। ସକାଳ ସାଢେ ଦଶଟା ବେଳେ ମାନସ ପଟ୍ଟନାୟକ ନାମକ ଜଣେ ଵ୍ୟକ୍ତିଙ୍କ ଘରେ ହଠାତ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡ ଯୋଗୁଁ ଘରର ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି। ଠାକୁରଙ୍କ ପାଖରେ ଲାଗିଥିବା ଦୀପରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ଖବରପାଇ ଚଉଳିଆଗଞ୍ଜ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଏହି ଅଗ୍ନିକାଣ୍ଡ ଯୋଗୁଁ ଘରର କୌଣସି ସଦସ୍ୟଙ୍କ କୌଣସି କ୍ଷତି ହୋଇନାହିଁ ।
Related Posts
ପାଖରେ ନଥିଲା ସମ୍ୱଳ, ୪୦ କିଲୋମିଟର ମୃତଦେହ ଧରି ଚାଲିଲେ ସ୍ୱାମୀ
9 February 2023
ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ, ନବ ଦାସଙ୍କ ଦ୍ବାଦଶାହରେ ଯୋଗଦେବେ
9 February 2023