ମଶାଧୂଆଁ ଦେଉଥିବା ବେଳେ ଅଗ୍ନିକାଣ୍ଡ, ୫ ଗାଈ ଗୁରୁତର, ୩୦ ଛେଳି ଛୁଆ ଜୀବନ୍ତ ଦଗ୍ଧ

Published By : Prameya-News7 Bureau | December 18, 2022 IST

ପାଟକୁରା, ୧୮/୧୨: କେନ୍ଦ୍ରାପଡ଼ା ଅନ୍ତର୍ଗତ ପାଟକୁରାରେ ସନ୍ଧ୍ୟା ସମୟରେ ପାଖଡ ପଞ୍ଚାୟତର ଚାଉଳିଆ ଗ୍ରାମରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଗନ୍ଧର୍ବ ଦାସଙ୍କ ୩ ବଖରା ଘର ଜଳି ଯାଇଥିବା ବେଳେ ତାଙ୍କର ଗୁହାଳ ଘରେ ଥିବା ୫ ଗାଈ ଗୁରୁତର ଆହାତ ହେବା ସହିତ ୩୦ ଛେଳି ଛୁଆ ଜିବନ୍ତ ଦଗ୍ଧ ହୋଇଯାଇଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ  କହିବା ମୁତାବକ ଆଜି ସନ୍ଧ୍ୟାରେ ଗନ୍ଧର୍ବ ଦାସ ତାଙ୍କ ଗୁହାଳ ଘରେ ମଶାଧୂଆଁ ଦେଉଥିବା ସମୟରେ ଘରେ ନିଆଁ ଲାଗିଯାଇଥିଲା ।

ଲୋକେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ମାତ୍ର ଅଗ୍ନିକାଣ୍ଡ ଏତେ ଥିଲା ଯେ ୨ ବଖରା ଘର ସହିତ ଗୋଟିଏ ବଖରା ଗୁହାଳ ଘର ଜଳିଯାଇଥିଲା । ଗ୍ରାମବାସୀମାନେ ଗୁହାଳ ମଧ୍ୟରେ ଥିବା ୫ ଟି ଗାଈ ଓ ୩ ଟି ଛେଳିକୁ ଉଦ୍ଧାର କରିଥିବା ବେଳେ ଆଉ ଗୁହାଳ ମଧ୍ୟରେ ଥିବା ୩୦ ଛେଳି ଛୁଆ ଜୀବନ୍ତ ପୋଡି ଦଗ୍ଧ ହୋଇଯାଇଥିଲେ । ଘର ମଧ୍ୟରେ ଥିବା ସମସ୍ତ ଆସବାସପତ୍ର ସମେତ ଧାନ ଚାଉଳ ସବୁ ପୋଡି ପାଉଁଶ ହୋଇଯାଇଥିଲା ।  ଖବର ପାଇଁ କୋରୁଆ ଓ ଗରଦପୁର ଅଗ୍ନିଶ୍ରମ ବାହିନୀର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଘର ସମ୍ପୁର୍ଣ୍ଣ ରୂପେ ପୋଡି ପାଉଁଶ ହୋଇଯାଇଥିଲା । 

ଖବର ପାଇ ପାଖଡ ସରପଞ୍ଚଙ୍କ ପ୍ରତିନିଧି ପ୍ରତାପ ସ୍ୱାଇଁ ଅଗ୍ନିକାଣ୍ଡ ବିପନ୍ନ ପରିବାର ଲୋକଙ୍କ ପାଖରେ ପହଞ୍ଚି ସାନ୍ତ୍ୱନା ଦେବା ସହିତ ପାଲ ପ୍ରଦାନ କରିଛନ୍ତି । ତୁରନ୍ତ ବିପନ୍ନ ପରିବାରଙ୍କୁ ସରକାର ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.