କେନ୍ଦ୍ରାପଡା ୨୦।୧୨: କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ପୁଣି ଥରେ ଅଗ୍ନିକାଣ୍ଡ l ଏଥର ଅଗ୍ନିକାଣ୍ଡ ଘଟିଛି ନ୍ୟୁଟ୍ରିସିଓନାଲ୍ ରିହାବିଲେଟେସନ୍ ସେଣ୍ଟରରେ l ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।
{"id":200008,"sizeSlug":"large"}
ସୂଚନାଯୋଗ୍ୟ ଯେ, ଶୁକ୍ରବାର ସକାଳେ ଏହି କେନ୍ଦ୍ରରେ ହଠାତ୍ ଇଲେକ୍ଟ୍ରି ସର୍ଟ ସର୍କିଟ ଘଟି ନିଆଁ ଲାଗି ଯାଇଥିଲା l କେନ୍ଦ୍ରରେ ଥିବା ଜଣେ ରୋଗୀକୁ ତାଙ୍କ ଅଭିଭାବକ ଧରି ଜୀବନ୍ ବଞ୍ଚାଇ ବାହାରକୁ ଚାଲି ଆସିଥିଲେ l ଏହି କେନ୍ଦ୍ର ସମେତ ଆଖାପାଖ ଅଞ୍ଚଳ ଧୂଆଁମୟ ହୋଇ ଉଠିଥିଲା l ପରେ ମେଡିକାଲର ସୁରକ୍ଷାକର୍ମୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ l
{"id":200009,"sizeSlug":"large"}
ନିକଟରେ ନଭେମ୍ବର୍ 29 ରେ ମଧ୍ୟ ହସ୍ପିଟାଲର ସ୍ପେଶାଲ କେବିନରେ ନିଆଁ ଲାଗିଯାଇଥିଲା l ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି l ଏ ନେଇ ମେଡିକାଲ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।