ଜାଗମରା ଜିମ୍‌ରେ ନିଆଁ, ଉଦ୍ଧାର କାର୍ଯ୍ୟ ଜାରି ରଖିଛି ଦମକଳ ବାହିନୀ

Published By : Prameya-News7 Bureau | October 23, 2022 IST

ଭୁବନେଶ୍ୱର, ୨୩/୧୦: ଜାଗମରା ଅଞ୍ଚଳରେ ଥିବା ଏକ ଜିମ୍‌ରେ ନିଆଁ ଲାଗିଥିବା ସୂଚନା ମିଳିଛି । ଆଇଟିଆର ନିକଟସ୍ଥ ଅଲ୍‌ ଟାଇମ୍‌ ଜିମ୍‌ରେ ଏହି ନିଆଁ ଲାଗିଥିବା ଜଣାପଡ଼ିଥିବା ବେଳେ ଜିମ୍‌ ସେଣ୍ଟର ଭିତରେ କିଛି ଲୋକ ଫସି ରହିଛନ୍ତି । ଜିମ୍‌ ସେଣ୍ଟରର ପ୍ରବେଶ ପଥରେ ନିଆଁ ଲାଗିଛି । ବାଣ ଫୁଟାଇବା କାରଣରୁ ଏହି ନିଆଁ ଲାଗିଛି । ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.