Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭଦ୍ରକ : ୩ ଦିନ ହେଲା ନିଖୋଜ ଥିଲେ, ନଦୀରୁ ମିଳିଲା ଯୁବକଙ୍କ ମୃତଦେହ
  • ||
  • କେନ୍ଦୁଝର : ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ବିନିକା : ଶେଷ ଦିନରେ ବି ପ୍ରଶ୍ନପତ୍ର ଭାଇରାଲ୍, ପରୀକ୍ଷା ପୂର୍ବରୁ ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରିବୁଲିଥିଲା
  • ||
  • ଭୁବନେଶ୍ବର : କୌଣସି ପ୍ରଶ୍ନପତ୍ର ଭାଇରାଲ୍ ହୋଇନି : ଗଣଶିକ୍ଷା ମନ୍ତ୍ରୀ
  • ||
  • ଖଲ୍ଲିକୋଟ : ଅଟୋକୁ ପଛପଟୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଡ୍ରାଇଭରଙ୍କ ସମେତ ୪ ଆହତ
  • ||
  • ଭୁବନେଶ୍ବର : ଆସନ୍ତା ୩ ତାରିଖରୁ ମାଟ୍ରିକ୍ ଖାତା ଦେଖା, ଅପ୍ରେଲ ଶେଷ ସୁଦ୍ଧା ପ୍ରକାଶ ପାଇବ ଫଳ
  • ||
  • ଭୁବନେଶ୍ୱର: ସରିଗଲା ମାଟ୍ରିକ୍ ପରୀକ୍ଷା, ଶେଷ ଦିନରେ ସବଜେକ୍ଟ୍ ଥିଲା ମ୍ୟାଥମାଟିକ୍ସ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ର ପ୍ରଭାବ, ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ବର୍ଷା
  • ||

ଜଳୁଛି ଆଠମଲ୍ଲିକ ବନଖଣ୍ଡର ବିଭିନ୍ନ ଜଙ୍ଗଲ, ନିଆଁ ଆଁରେ ସବୁ ଛାରଖାର

14/03/2023 at 11:32 AM

ଆଠମଲ୍ଲିକ ୧୪।୩: ହୁତୁହୁତୁ ହୋଇ ଜଳୁଛି ଆଠମଲ୍ଲିକ ବନଖଣ୍ଡ ଧଣ୍ଡାତୋପା ଜଙ୍ଗଲ ଓ ପାହାଡ଼ । ଦୀର୍ଘ ସପ୍ତାହେ ହେଲାଣି ଧଣ୍ଡାତୋପା ରେଞ୍ଜର ତଳେଇପଥର, ପାଞ୍ଚଧାରା ପାହାଡ଼ରେ ବିଭିନ୍ନ ସ୍ଥାନରେ ନିଆଁ ଲାଗୁଛି । ନିଆଁର ଆଁରେ ଜଳି ଯାଉଛି ବହୁ ଦୁର୍ଲଭ ଓ ମୂଲ୍ୟବାନ ବୃକ୍ଷ । ଅନ୍ୟପଟେ ବନ ବିଭାଗ ନିଆଁ ଆୟତ୍ତ କରିବାରେ ବିଫଳ ହେଉଥିବା ଖବର ଆସୁଛି । ଧଣ୍ଡାତୋପା ରେଞ୍ଜର ପାହାଡ ପାଦ ଦେଶରେ ଥିବା ଜନବସତି ଆଡ଼କୁ ଜଙ୍ଗଲ ନିଆଁ ମାଡି ଆସୁଥିବା ଖବର ପାଇବା ପରେ ଅଗ୍ନିଶମ ବିଭାଗ ଗାଁ ଗାଁ ଯାଇ ନିଆଁ ଲିଭାଉଥିବା ଦେଖିବାକୁ ମିଳୁଛି ।

ଅନୁଗୋଳରୁ ଆଠମଲ୍ଲିକ ଯାଉଥିବା ସମୟରେ ଧଣ୍ଡାତୋପା ରେଞ୍ଜର ଫରେଷ୍ଟ ବିଟ୍ ହାଉସ୍ ପଛରେ ଏକ ଶାଳ ଜଙ୍ଗଲରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ନିଆଁର ପ୍ରକୋପ ଅଧିକ ଥିବାରୁ ଭିତରକୁ ଯିବା ସମ୍ଭବ ହୋଇପାରିନଥିଲା ।  ପରେ ଆଠମଲ୍ଲିକ ଡିଏଫଓଙ୍କୁ ଜଣାଇବା ପରେ ସେ ଟିମ୍ ପଠାଇ ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି ।

   Related Posts