ଫାତିମା ସାନା ଶେଖଙ୍କ ଘରେ ଲାଗିଲା ନିଆଁ : ସୋସିଆଲ୍ ମିଡିଆରେ ଫଟୋ ଭାଇରାଲ୍
4/12/2020 at 5:16 PM

ମୁମ୍ବାଇ ୪/୧୨: ଦଙ୍ଗଲ୍ ଫେମ୍ ଅଭିନେତ୍ରୀ ଫାତିମା ସାନା ଶେଖ ସୋସିଆଲ୍ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି ଯେ ମୁମ୍ବାଇରେ ତାଙ୍କ ଘରେ ନିଆଁ ଲାଗି ଯାଇଥିଲା। ସେ କହିଛନ୍ତି ଯେ ନିଆଁ ଅଧିକ ବ୍ୟାପିନଥିଲା। ଫାତିମା ଗୁରୁବାର ରାତିରେ ଇନଷ୍ଟାଗ୍ରାମରେ ଷ୍ଟୋରି ପୋଷ୍ଟ୍ କରି ଏବିଷୟରେ ସୂଚନା ଦେଇଛନ୍ତି।

ସେ ନିଜ ଇନଷ୍ଟାଗ୍ରାମ୍ ଷ୍ଟୋରିରେ ଲେଖିଛନ୍ତି,‘ ଏବେ ତାଙ୍କ ଘରେ ନିଆଁ ଲାଗି ଯାଇଥିଲା। ସେ ଡରି ଯାଇ ତୁରନ୍ତ ଅଗ୍ନିଶମ କାର୍ଯ୍ୟାଳୟକୁ ଫୋନ୍ କରିଥିଲେ ଏବଂ କିଛି ସମୟ ମଧ୍ୟରେ ସେମାନେ ତାଙ୍କ ଘରକୁ ଆସି ଯାଇଥିଲେ ଏବଂ ସ୍ଥିତି ସମ୍ଭାଳି ନେଇଥିଲେ। ଥ୍ୟାଙ୍କ ୟୁ ସୋ ମଚ୍ ମୁମ୍ବାଇ ଫାୟାର ବ୍ରିଗେଡ।

ଫାତିମା ନିଜ ଇନଷ୍ଟାଗ୍ରାମ୍ ଷ୍ଟୋରିରେ ଫାୟାର ବ୍ରିଗେଡଙ୍କ ଗାଡ଼ିର ଫଟୋ ଦେଇ ମୁମ୍ବାଇ ଫାୟାର ବ୍ରିଗେଡକୁ ଟ୍ୟାଗ୍ କରି ତାଙ୍କୁ ଧନ୍ୟବାଦ ଦେଇଥିଲେ।

ନିକଟରେ ଫାତିମାଙ୍କ ଫିଲ୍ମ ଲୁଡୋ ନେଟଫ୍ଲିକ୍ସରେ ରିଲିଜ ହୋଇଥିଲା। ଫିଲ୍ମର ଖୁବ୍ ପ୍ରଶଂସା କରାଯାଉଛି। ଫିଲ୍ମକୁ ଅନୁରାଗ ବାସୁ ଡାଇରେକ୍ଟ କରିଥିଲେ। ଲୁଡୋରେ ଫାତିମାଙ୍କ ସହ ପଙ୍କଜ ତ୍ରିପାଠୀ,ରାଜକୁମାର ରାଓ,ଅଭିଷେକ ବଚ୍ଚନ,ସାନ୍ୟା ମାଲହୋତ୍ରା,ଆଦିତ୍ୟ ରାୟ କପୁର ଏବଂ ଆଶା ନେଗି ଭଳି କଳାକାର ନଜର ଆସିଥିଲେ।

ଫାତିମାଙ୍କ ଆଉ ଏକ ଫିଲ୍ମ ସୂରଜ ପର ମଙ୍ଗଲ ଭାରି ମଧ୍ୟ କିଛି ଦିନ ତଳେ ରିଲିଜ ହୋଇଥିଲା। ଲକଡାଉନ୍ ପରେ ଏହା ପ୍ରଥମ ଫିଲ୍ମ ଥିଲା ଯାହା ସିନେମା ହଲରେ ରିଲିଜ ହୋଇଥିଲା।
