ଦୁର୍ଗ ଏକ୍ସପ୍ରେସରେ ଭୟଙ୍କର ଅଗ୍ନିକାଣ୍ଡ, ୪ଟି ବଗିରେ ଲାଗିଛି ନିଆଁ

Published By : Prameya-News7 Bureau | November 26, 2021 IST

ନୂଆଦିଲ୍ଲୀ ୨୬/୧୧ : ଦିଲ୍ଲୀରୁ ଛତିଶଗଡ ଯାଉଥିବା ଦୁର୍ଗ ଏକ୍ସପ୍ରେସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଟ୍ରେନ୍‌ର ୪ଟି ବଗିରେ ନିଆଁ ଲାଗିଥିବା ଜଣାପଡିଛି । ମଧ୍ୟ ପ୍ରଦେଶର ମୁରେନା ନିକଟରେ ଦୁର୍ଗ ଏକ୍ସପ୍ରେସରେ ନିଆଁ ଲାଗିଥିବା ସୂଚନା ମିଳିଛି । ଯାହା ଫଳରେ ନିକଟସ୍ଥ ହେତମପୁର ରେଳ ଷ୍ଟେସନରେ ଟ୍ରେନ୍‌ଟି ଅଟକି ରହିଛି । ଅଗ୍ନିଶମ ବାହିନୀ ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଦୁର୍ଗ ଅଧମପୁର ଏକ୍ସପ୍ରେସରେ ନିଆଁ ଲାଗିଛି । ଟ୍ରେନ୍‌ ଦିଲ୍ଲୀରୁ ଛତିଶଗଡ ଆସୁଥିଲା । ନିଆଁ ଲାଗିବା ଖବର ଆସିବା ପରେ ରେଳ ବିଭାଗ ପକ୍ଷରୁ ତତ୍‌କ୍ଷଣାତ୍‌ ଅଗ୍ନିଶମ ବାହିନୀର ସହାୟତା ନିଆଯାଇଥିଲା । ଅଗ୍ନିଶମ ବାହିନୀର ୫ଟି ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ମଧ୍ୟ ନିଆଁକୁ ସମ୍ପୂର୍ଣ୍ଣ ଭାବେ ଆୟତ କରାଯାଇପାରି ନାହିଁ । ତେବେ ସବୁଠାରୁ ବଡ କଥା ହେଉଛି ଏହି ଦୁର୍ଘଟଣାରେ କୌଣସି ଜୀବନ ହାନି ହୋଇନାହିଁ । ଟ୍ରେନ୍‌ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ଠିକ୍‌ ସମୟରେ ବାହାରକୁ ଦୌଡି ପଳାଇବାକୁ ସକ୍ଷମ ହୋଇଥିଲେ । ତେବେ କେଉଁ କାରଣରୁ ଟ୍ରେନ୍‌ରେ ନିଆଁ ଲାଗିଛି ଯାହା ବର୍ତ୍ତମାନ ସୁଦ୍ଧା ଜଣାପଡିଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.