କଟକ ୧୫।୦୨: ପୁଣି କଟକରେ ଅଗ୍ନିକାଣ୍ଡ । ବୋର୍ଡ ଅଫ ରେଭିନ୍ୟୁ ଅଫିସରେ ଭୟାବହ ଅଗ୍ନିକାଣ୍ଡର ଖବର ଆସିଛି । ତେବେ କଣ ପାଇଁ ଓ କେମିତି ନିଆଁ ଲାଗିଲା , ତାହାର କାରଣ ଅସ୍ପଷ୍ଟ ରହିଛି । ନିଆଁ ଲିଭା କାର୍ଯ୍ୟରେ ଦମକଳର ୨ଟି ଗାଡି ନିୟୋଜତି ଥିବା ଜଣାପଡିଛି । ଅଗ୍ନିଶମ ବିଭାଗର କର୍ମଚାରୀମାନେ ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛିନ୍ତି । କିନ୍ତୁ ନିଆଁର ପରିମାଣ ଅଧିକ ଥିବାରୁ , ଆଗ୍ନିକମାନଙ୍କୁ କଠୋର ପରିଶ୍ରମ କରିବାକୁ ପଡୁଛି ।
ସୂଚନାଯୋଗ୍ୟ ଯେ, ଶନିବାର ଦିନ ଅପରାହ୍ନ ସମୟରେ ହଠାତ୍ ଅଫିସରେ ନିଆଁ ଲାଗିଯାଇଥିବାର ଦେଖିବାକୁ ମିଳିଥିଲା । ତେବେ ସ୍ଥାନୀୟ କର୍ମଚାରୀ ତୁରନ୍ତ ଅଗ୍ନିଶମ ବାହିନୀକୁ ନିଆଁ ଲାଗିଥିବା ନେଇ ଖବର ଦେଇଥିଲା । ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛି । ନିଆଁ ଲାଗିବାଦ୍ବାରା କିଛି କାଗଜପତ୍ର ପୋଡି ନଷ୍ଟ ହୋଇଯାଇଥିବାର ଅନୁମାନ କରାଯାଉଛି । ବର୍ତ୍ତମାନ ସୁଦ୍ଧାରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।