ଛାତ୍ର କଂଗ୍ରେସ ନେତାଙ୍କ ଉପରକୁ ଆକ୍ରମଣ, ରାଜଧାନୀର ଛାତି ଉପରେ ଫାଙ୍କା ଗୁଳି ଫୁଟାଇ ଫେରାର ହୋଇଗଲେ ଦୁର୍ବୃତ୍ତ
17/05/2022 at 10:57 PM

ଭୁବନେଶ୍ୱର, ୧୭/୦୫: ସିଆରପି ପ୍ରିୟଦର୍ଶିନୀ ମାର୍କେଟ ନିକଟରେ ଫାଙ୍କା ଗୁଳି ଚଳାଇ ଫେରା଼ର ହୋଇଗଲେ ଦୁର୍ବୁତ୍ତ । ଏକ ପାନ ଦୋକାନ ସମ୍ମୁଖରେ ତିନି ଦୁର୍ବୁତ୍ତଙ୍କ ମଧ୍ୟରେ ଜୋରଦାର ପାଟିତୁଣ୍ଡ ହୋଇଥିଲା । ଗୋଟିଏ ସ୍କୁଟିରେ ଦୁଇଜଣ ଆସିଥିବା ବେଳେ ଆଉଜଣେ ଏକ ଆଭେଞ୍ଜରରେ ଆସିଥିଳା । ଘଟଣାସ୍ଥଳରେ ଜଣେ ଉତ୍ତ୍ୟକ୍ତ ହୋଇ ମାଟିକୁ ଫାଙ୍କା ଗୁଳି କରିଥିଲେ । ଦୁଇଥର ଗୁଳି ମାରିବା ପରେ ସେଠାରୁ ଚମ୍ପଟ ମାରିଥିଲେ ।
ଏହାପରେ ଜଣେ ଯୁବତୀ ପ୍ରଥମେ ପିସିଆରକୁ ଜଣାଇବାପରେ ପୋଲିସ ପହଂଚିବା ପୂର୍ବରୁ ସେଠାରୁ ଫେରା଼ର ହୋଇଯାଇଥିଲେ । ଘଟଣାସ୍ଥଳରେ ଡିସିପି ଓ ସ୍ପେସିଆଲ ସ୍କ୍ୱାର୍ଡ ପହଂଚି ତଦନ୍ତ କରୁଛନ୍ତି । ପ୍ରତ୍ୟକ୍ଷଦର୍ଶୀ ଭାବେ ପାନ ଦୋକାନୀଙ୍କୁ ପୋଲିସ ନେଇ ପଚରାଉଚରା କରୁଛି । ସେଠାକାର ଦୋକାନମାନଙ୍କରେ ଲାଗିଥିବା ସମସ୍ତ ସିସିଟିଭି ଫୁଟେଜକୁ ଖୋଳତାଡ଼ କରୁଛି ପୋଲିସ ।
ସେପଟେ ଫାୟାରିଂ ଘଟଣାରେ ଛାତ୍ର କଂଗ୍ରେସ ନେତା ଵିଭୂ ପ୍ରସାଦ ଜେନାଙ୍କ ଉପରେ ଆକ୍ରମଣ ହୋଇଥିବା ଜଣାପଡିବାପରେ ଏନେଇ ଥାନାରେ ଏତଲା ଦେବାକୁ ପହଞ୍ଚିଛନ୍ତି ଵିଭୂ ପ୍ରସାଦ । ଅଭିଯୋଗ ଅନୁଯାୟୀ ଘଟଣା ସ୍ଥଳରେ ଵିଭୂ ଏବଂ ତାଙ୍କର ଜଣେ ବନ୍ଧୁ ଠିଆ ହୋଇଥିବା ସମୟରେ ୨ ଜଣ ଦୁର୍ବୃତ୍ତ ପହଞ୍ଚିଥିଲେ । ରାଜନୈତିକ ଆକ୍ରୋଶ ରଖି ଵିଭୂଙ୍କୁ ପ୍ରଥମେ ଗାଳି ଗୁଲଜ କରିଥିଲେ। ପରେ ବନ୍ଧୁକ ଛାତିରେ ଲଗାଇ ଧମକାଇ ଥିଲେ । ଵିଭୂ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରିବା ବେଳେ ବନ୍ଧୁକରୁ ବାହାରିଥିବା ୨ ଟି ଗୁଳି ତଳେ ବାଜିଥିଲା। ଫଳରେ ଅଳ୍ପକେ ବର୍ତ୍ତି ଯାଇଥିଲେ ଵିଭୂ ।
ତେବେ ୨ଟି ଗୁଳି ତଳେ ବାଜିବା ପରେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ ୨ ଅଭିଯୁକ୍ତ । ୨ ଦୁର୍ବୃତ୍ତ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ଦେଇଛନ୍ତି ଵିଭୂ। ଏନେଇ ଥାନାରେ ଲିଖିତ ଅଭିଯୋଗ ଦେବାକୁ ଥାନାରେ ଵିଭୂଙ୍କ ସହ କଂଗ୍ରେସ କର୍ମୀ ପହଞ୍ଚିଛନ୍ତି ।