ଦୀପାବଳି ପୂର୍ବରୁ ରାଜଧାନୀରେ ଅଘଟଣ ; ଷ୍ଟେସନ ବଜାର ନିକଟ ସାନିଟାରୀ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ
7/11/2018 at 10:19 AM

ଭୁବନେଶ୍ବର ୭|୧୧: ଦୀପାବଳୀ ପୂର୍ବରୁ ରାଜଧାନୀରେ ଅଘଟଣ । ଷ୍ଟେସନ ବଜାର ନିକଟ ଏକ ସାନିଟାରୀ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ୩ ତାଲା ବିଲ୍ଡିଂ ବିଶିଷ୍ଟ ଏକ ସାନିଟାରୀ ଗୋଦାମରେ ହଠାତ୍ ନିଆଁ ଲାଗିଯାଇଥିଲା । ଘଟଣାସ୍ଥଳରେ ୬ଟି ଦମକଳ ଗାଡି ପହଞ୍ଚି ଦୀର୍ଘ ୪ ଘଣ୍ଟା ପରେ ନିଆଁକୁ ଆୟତ କରିଥିଲେ । ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧନ ସମ୍ପତ୍ତି ନଷ୍ଟ ହୋଇଛି । ବିଲ୍ଡିଂର ତଳ ଫ୍ଲୋରରେ ଗୋଦାମ ହୋଇଥିବା ବେଳେ ଉପର ଫ୍ଲୋରରେ ଲୋକମାନେ ରହୁଥିଲେ । ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ତେବେ ଦୀପରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।
Related Posts
ନବ ଦାସ ହତ୍ୟା ମାମଲା, ଗୋପାଳଙ୍କ ପରିବାରକୁ ରାତିଅଧିଆ ଜେରା
8 February 2023
ସ୍କୁଲରୁ ଘରକୁ ଫେରୁଥିଲେ ମହିଳା, ଅଧାରାସ୍ତାରେ ଏସିଡ ମାଡ କଲେ ଦୁର୍ବୃତ୍ତ
8 February 2023