ଭୁବନେଶ୍ବର ଖଣ୍ଡଗିରି ପେଟ୍ରୋଲ ପମ୍ପ ନିକଟରେ ପାର୍କିଂ ହୋଇଥିବା ୨ଟି ବସ୍ ଜଳିଗଲା
Published By : Prameya-News7 Bureau | November 03, 2018 IST
ଭୁବନେଶ୍ବର ୩|୧୧: ଜଳିଗଲା ବସ । ଭୁବନେଶ୍ବର ଖଣ୍ଡଗିରି ପେଟ୍ରୋଲ ପମ୍ପ ନିକଟରେ ପାର୍କିଂ ହୋଇଥିବା ୨ଟି ବସରେ ଲାଗିଲା ନିଆଁ । ଆଜି ସକାଳୁ ହଠାତ ୨ଟି ଘରୋଇ ବସରେ ନିଆଁ ଲାଗିଯାଇଥିଲା । ଘଟଣାସ୍ଥଳରେ ୩ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ କରିଛି । ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ ।