ଇଟାଲୀ ହସ୍ପିଟାଲରେ ଅଗ୍ନିକାଣ୍ଡ, ୪ ମୃତ, ଅନେକ ଆହତ

Published By : Prameya-News7 Bureau | December 09, 2023 IST

ଟିଭୋଲି ୯।୧୨: ଇଟାଲୀର ଏକ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ କେତେକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଇଟାଲୀ ରାଜଧାନୀ ରୋମ ସହର ବାହାରେ ଅବସ୍ଥିତ ଏହି ହସ୍ପିଟାଲରେ ନିଆଁ ଲାଗିବା ଯୋଗୁ ଏଠାରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଅନ୍ୟ ହସ୍ପିଟାଲମାନଙ୍କୁ ସ୍ଥାନାନ୍ତର କରାଯାଇଛି। ହସ୍ପିଟାଲରେ ଅଗ୍ନିକାଣ୍ଡ ନେଇ ଅଧିକାରୀମାନେ ଶନିବାର ସୂଚନା ଦେଇଛନ୍ତି। ଟିଭୋଲୀ ମେୟର ଅଫିସ ପକ୍ଷରୁ ଏ ନେଇ ଏକ ବୟାନ ଜାରି କରାଯାଇଛି।

{"id":880756,"width":839,"height":681,"sizeSlug":"full","linkDestination":"none"}

ବୟାନରେ ‘ସେଣ୍ଟ ଜନ ଦି ଇଭାଞ୍ଜେଲିଷ୍ଟ ହସ୍ପିଟାଲ’ର ଆଇସିୟୁରେ ନିଆଁ ଲାଗିବା ଯୋଗୁ ସେଠାରେ ଭର୍ତ୍ତିଥିବା ରୋଗୀଙ୍କୁ ବାହାର କରି ତୁରନ୍ତ ଅନ୍ୟ ହସ୍ପିଟାଲକୁ ରେଫର କରାଯାଇଥିବା କୁହାଯାଇଛି। ତେବେ କମ୍‌ ଗୁରୁତର ରୋଗୀଙ୍କୁ ଅନ୍ୟ ହସ୍ପିଟାଲ ପଠାଯିବା ପୂର୍ବରୁ ସେମାନଙ୍କୁ  ନଗରନିଗମର ଜିମ୍ନାସିୟମରେ ରଖାଯାଇଛି। ଦମକଳ ବିଭାଗଙ୍କ ବୟାନ ଅନୁସାରେ ହସ୍ପିଟାଲରେ ନିଆଁ ଲାଗିଥିବା ନେଇ ଶୁକ୍ରବାର ବିଳମ୍ବିତ ରାତ୍ରିରେ ସୂଚନା ମିଳିଥିଲା। ଦମକଳ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବା ବେଳକୁ ହସ୍ପିଟାଲେର ଚିକିତ୍ସିତ ହେଉଥିବା ୪ ଜଣଙ୍କର ମୃତ୍ୟୁ ହୋଇସାରିଥିଲା।

{"id":880757,"sizeSlug":"full","linkDestination":"none"}

ଟିଭୋଲୀ ମଧ୍ୟରୋମର ଉତ୍ତର-ପୂର୍ବଦିଗରେ ୩୫ କିଲୋମିଟର ଦୂରରେ ଅବସ୍ଥିତ। ଏହା ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳ ମଧ୍ୟ। ଏହା ପ୍ରତ୍ନତାତ୍ୱିକ ସ୍ଥଳ ଭିଲା ଡି ଏଷ୍ଟେ ଓ ଭିଲା ଏଡରିୟାନା ନିମନ୍ତେ ମଧ୍ୟ ବେଶ୍ ଜଣାଯାଏ। ତେବେ ହସ୍ପିଟାଲରେ ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ। ବିଳମ୍ବିତ ରାତ୍ରିରେ ଅଗ୍ନିକାଣ୍ଡ ଘଟିବାରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଉପୁଜିଥିଲା। ତେବେ ଦମକଳ ବିଭାଗ କର୍ମଚାରୀ ପହଞ୍ଚି ଅନେକ ଲୋକଙ୍କୁ ଉଦ୍ଧାର କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.