ବାଣ କାରଖାନା​‌ରେ ଭୟଙ୍କର ବିସ୍ଫୋରଣ, ସାତ ଜଣକ ମୃତ୍ୟୁ

Published By : Prameya-News7 Bureau | February 25, 2024 IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ କୌଶାମ୍ବିରେ ଏକ ବାଣ କାରଖାନା​‌ରେ ଭୟଙ୍କର ବିସ୍ଫୋରଣ। ଏଥିରେ ସାତ ଜଣକ ମୃତ୍ୟୁ ହୋଇଥିବାବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। ଗୋଟିଏ ପରେ ଗୋଟିଏ ହୋଇଥିବା ଏହି ବିସ୍ଫୋରଣରେ ଥରିଉଠିଛି ସମଗ୍ର ଅଞ୍ଚଳ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତା​‌ରେ ପ୍ରାୟ ୧୦ ଜଣକୁ ଉଦ୍ଧାର କରିଛି । କୁହାଯାଉଛି କାରଖାନାକୁ ବାଣ ତିଆରି ପାଇଁ ଲାଇସେନ୍ସ ରହିଛି। ତେବେ କେଉଁ କାରଣରୁ ବିସ୍ଫୋରଣ ଘଟିଲା ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ତେବେ ଘଟଣା ସ୍ଥଳରେ ବିସ୍ଫୋରଣର ଏକ ଘଣ୍ଟା ପରେ ମଧ୍ୟ ଦମକଳ ଗାଡ଼ି ପହଞ୍ଚିନଥିବାରୁ ସ୍ଥାନୀୟ ଲୋକଙ୍କ ଆକ୍ରୋଶ ଦେଖିବାକୁ ମିଳିଥିଲା। ଦୁର୍ଘଟଣାର ଶିକାର ହୋଇଥିବା ବାଣ କାରଖାନା କୌଶାମ୍ବୀର କୋଖରାଜ ଥାନା କ୍ଷେତ୍ରରେ ଭରବାରୀ। ପୋଲିସ ଅନୁଯାୟୀ, ଦୁର୍ଘଟଣା ଦିନ ୧୧ଟା ସମୟରେ ଘଟିଥିଲା। ଏହି ସମୟରେ କାରଖାନାରେ ଅନେକ ଲୋକ କାମ କରୁଥିଲେ। ତେବେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେପଟେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାକୁ ନେଇ ଦୁଃଖ ପ୍ରକାଶ କରି ଅଧିକାରୀଙ୍କୁ ତ୍ବରିତ ବେଗରେ ଉଦ୍ଧାର କାମ କରିବା ପାଇଁ ଆଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ବିନା ଡ୍ରାଇଭରରେ ୮୪ କି.ମି ଦୌଡ଼ିଲା ଟ୍ରେନ୍‌, ଯାଞ୍ଚ ଆରମ୍ଭ କଲା ରେଳ ବିଭାଗ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.