suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସମ୍ବଲପୁର : ବିଶାଳଖିଣ୍ଡା କେନାଲରେ ଗାଡି ଓଲଟି ୭ଜଣଙ୍କ ମୃତ୍ୟୁ : ଘଟଣାସ୍ଥଳରେ ଏକ୍ସପର୍ଟ ଟିମ୍‌ର ତଦନ୍ତ
  • ||
  • ଭୁବନେଶ୍ବର : ପ୍ଲାଷ୍ଟିକ୍ ବ୍ୟବହାର ନେଇ ୟୁନିଟ୍ ୧ ମାର୍କେଟ୍‌ରେ ବିଏମ୍‌ସି ଚଢଉ, ୩ଟି ହୋଲସେଲ୍ ଦୋକାନ ସିଲ୍
  • ||
  • ଟାଙ୍ଗୀ : ଟ୍ୟୁସନ୍ କରିବାକୁ ଯାଇ ୪ ମାସର ଗର୍ଭବତୀ ୧୨ ବର୍ଷର ନାବାଳିକା ! ଅଭିଯୁକ୍ତ ଅଟକ
  • ||
  • ବାଙ୍କୀ : ପଶ୍ଚିମା ଝଡ ପ୍ରଭାବ : ଭୁଶୁଡ଼ିଲା ବାଙ୍କୀ ସ୍ଵୟଂ ଶାସିତ ମହାବିଦ୍ୟାଳୟର ନବନିର୍ମିତ ଦର୍ଶକ ଗ୍ୟାଲେରୀ
  • ||
  • ଭୁବନେଶ୍ବର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୁଳିଆକୁ ଗଡିବ
  • ||
  • ଭୁବନେଶ୍ବର : ଉତ୍କଳ ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
  • ||
  • ପୁରୀ : ପୁରୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ : ବାଇକ୍‌ରେ ନିଆଁ ଲଗାଇଦେଲେ
  • ||
  • ବାଲିପାଟଣା : ‘ମୋ ପରିବାରର ମୋତେ ମାରିବାକୁ ଚେଷ୍ଟା କରୁଛନ୍ତି…’ ଏମିତି କିଛି ଭିଡିଓରେ କହି ଆତ୍ମହତ୍ୟା କଲେ ଯୁବକ !
  • ||
  • ୮୮ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଓଡ଼ିଶା, ୧୯୩୬ରେ ଗଠନ ହୋଇଥିଲା ପ୍ରଥମ ଭାଷା ଭିତିକ ରାଜ୍ୟ
  • ||
  • ସୋର : ଦୁଇ ଦୁର୍ଘଟଣାରେ ୩ ଜଣ ଆହତ, ଉତ୍ତ୍ୟକ୍ତଲୋକଙ୍କ ରାସ୍ତାରୋକ
  • ||

Samrat Market Complex ଅଗ୍ନିକାଣ୍ଡ ଘଟଣା : ଅଗ୍ନିଶମ ଡିଜି କହିଲେ- ଖୁବ୍‌ଶୀଘ୍ର ଆୟତ୍ତ ହେବ ନିଆଁ

9/03/2023 at 11:28 AM

ପୁରୀ ୯।୩: ପୁରୀ ସମ୍ରାଟ ମାର୍କେଟ୍ କମ୍ପ୍ଲେକ୍ସରେ ନିଆଁ ଲାଗିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଅଗ୍ନିଶମ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟ । ସେ କହିଛନ୍ତି, ବର୍ତ୍ତମାନ ୧୨ଟି ଫାୟାର ଗାଡି, ୧୬୦ରୁ ଅଧିକ ଅଗ୍ନିଶମ କର୍ମଚାରୀ କାମରେ ନିୟୋଜିତ ଅଛନ୍ତି । ଆଧୁନିକ ଯନ୍ତ୍ରପାତି ସାହାଯ୍ୟରେ ଷ୍ଟ୍ରାଇକିଂ ଫାୟାର ଫୋର୍ସ ନିଆଁ ଲିଭା କାମରେ ଲାଗିଛନ୍ତି । କଟକ ଅଗ୍ନିଶମ ଅଧିକାରୀ ରମେଶ ଚନ୍ଦ୍ର ମାଝିଙ୍କ ନେତୃତ୍ବରେ ଅପରେସନ ଜାରି ରହିଛି । ତାଙ୍କୁ ସହଯୋଗ କରିବାକୁ ଅନ୍ୟ ଜଣେ ଫାୟାର ଅଫିସର ଘଟଣାସ୍ଥଳକୁ ଯାଉଛନ୍ତି । ଡିଆଇଜି ନିଜେ ଯାଇ ପ୍ରତ୍ୟେକ୍ଷ ତଦାରଖ କରିବେ । ରାତି ଅନ୍ଧାର ଯୋଗୁଁ ଏବଂ ସଟର ବନ୍ଦ ଥିବା କାରଣରୁ  ଅଧିକ ସମୟ ଲାଗିଥିଲା । କପଡା ଦୋକାନ ଏବଂ ପ୍ଲାଷ୍ଟିକ୍‌ ସାମଗ୍ରୀ ଥିବାରୁ ନିଆଁ ଲିଭା କାମ ବିଳମ୍ବ ହେଉଛି । ଖୁବଶୀଘ୍ର ନିଆଁ ଆୟତ ହେବ ବୋଲି ଅଗ୍ନିଶମ ଡିଜି କହିଛନ୍ତି ।

Samrat Market Complex

ସୂଚନାଯୋଗ୍ୟ ଯେ, ପୁରୀ ମରିଚିକୋଟ ଛକ ସମ୍ରାଟ ହୋଟେଲରେ ନିଆଁ ଲାଗିବା ଘଟଣାରେ ଅଗ୍ନିଶମ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ ଜାରି ରହିଛି ଅପରେସନ । ଦୀର୍ଘ ୧୪ ଘଣ୍ଟା ପରେ ବି ନିଆଁ ଅଣାୟତ୍ତ । ପରିସ୍ଥିତି ଅସମ୍ଭାଳ ହେବାରୁ ଓଡ୍ରାଫ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଯଦିଓ କୌଣସି ଜୀବନ ହାନି ହୋଇନାହିଁ । ଧୀରେ ଧୀରେ ବିପଦଶଙ୍କୁଳ ହେଉଛି ପୁରୀ ସମ୍ରାଟ ମାର୍କେଟ୍ କମ୍ପ୍ଲେକ୍ସ କୋଠା ।‌ ନିଆଁର ଉତ୍ତାପ ଏତେ ମାତ୍ରାରେ ରହିଛି ଭିତରକୁ ନିଆଁଲିଭା ଟିମକୁ ଯିବା ପାଇଁ ନାକେଦମ ହେବାକୁ ପଡିଛି । ବନ୍ଦ ରହିଥିବା କୋଠରୀର ସାମଗ୍ରୀରେ ନିଆଁ ଏଯାବତ କୁହୁଳୁଥିବା ଜଣାପଡୁଛି ।

Samrat Market Complex

ଉତ୍ତାପର ପରିମାଣ ଏତେ ଅଧିକା ରହିଛି ଦୋକାନର ସଟର କିଛି ମାତ୍ରାରେ ତରଳିବାରେ ଲାଗୁଛି । କିଛି କାଚ ମଧ୍ୟ ନିଆଁ ପ୍ରଭାବରୁ ଫାଟୁଥିବା ଜଣାପଡୁଛି । ତେଣୁ ଭିତର ବନ୍ଦ ହୋଇ ରହିଥିବା ଦୋକାନ ସବୁର ସଟର କାଟି ନିଆଁ ଲିଭାଇବା ପାଇଁ ଆପ୍ରାଣ ଚେଷ୍ଟା କରାଯାଉଛି । ଅଗ୍ନିଶମ ବିଭାଗର ଡେପୁଟି ଫାୟାର ଅଫିସର ଏବଂ ପୁରା ଫାୟାର ଟିମ୍ ନିଆଁ ଲିଭାଇବାରେ ନିଜର ଦମ ଲଗାଇଛନ୍ତି । ଓଡ୍ରାଫ ଟିମ୍ ମଧ୍ୟ ନିଜର ପ୍ରଚେଷ୍ଟା ଜାରି ରଖିଛି । ସେପଟେ ଅନେକ ପର୍ଯ୍ୟଟକଙ୍କ ଆସବାବପତ୍ର ଏବେ ଭିତରେ ରହିଛି । ସେହିପରି ଭିତରେ ଗୋଟିଏ ବ୍ୟାଙ୍କର ଶାଖା ରହିଥିବାରୁ ଏବେ ସେଠି କୌଣସି କ୍ଷତି ହୋଇଛି କି ନାହିଁ ସେନେଇ ମଧ୍ୟ ଆଶଙ୍କା ରହିଛି ।

   Related Posts