ନିଆଁ ଲିଭାଇବା ପାଇଁ ଆଉ ୨ରୁ ୩ ଘଣ୍ଟା ସମୟ ଲାଗିବ : ଅଗ୍ନିଶମ ବିଭାଗ ଡିଜି

Published By : Prameya-News7 Bureau | March 09, 2023 IST

ପୁରୀ ୯।୩: ପୁରୀ ଲକ୍ଷ୍ମୀ ମାର୍କେଟ୍ କମ୍ପ୍ଲେକ୍ସ ଅଗ୍ନିକାଣ୍ଡ ଘଟଣାକୁ ୨୨ଘଣ୍ଟା ବିତିଥିଲେ ବି ଲିଭିପାରିନି ନିଆଁ । ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଅଗ୍ନିଶମ ବିଭାଗ ଡିଜି ସନ୍ତୋଷ ଉପାଧ୍ୟୟ । ନିଆଁ ଲିଭା ପାଇଁ ଆଉ ୨ରୁ ୩ ଘଣ୍ଟା ସମୟ ଲାଗିବ । ମାର୍କେଟ୍ କମ୍ପ୍ଲେକ୍ସର ୯୦ ପ୍ରତିଶତ ନିଆଁ ଆୟତ୍ତ ହୋଇଯାଇଛି । ଆଉ ୧୦ ପ୍ରତିଶତ ନିଆଁ ଆୟତ ହେବାକୁ ଅଛି ।

ନିଆଁ ଲିଭା ଓ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଅଛନ୍ତି ମୋଟ୍ ୧୬୦ଜଣ ଅଗ୍ନିଶମ କର୍ମଚାରୀ । ଏଥିସହିତ ୧୨ଟି ଦମକଳ ନିୟୋଜିତ ହୋଇଛନ୍ତି । ପର୍ଯ୍ୟଟକମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ହସ୍ପିଟାଲାଇଜ କରାଯାଇଛି । ପର୍ଯ୍ୟଟକଙ୍କ ଆସବାବପତ୍ର ମଧ୍ୟ ଉଦ୍ଧାର କରାଯାଇଛି । ପ୍ରଥମ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଠନ କରିଥିବା ଷ୍ଟ୍ରାଇକିଂ ଫୋର୍ସକୁ ନିୟୋଜିତ କରାଯାଇଛି।  ତେବେ ଆବଶ୍ୟକୀୟ ଫାଙ୍କା ସ୍ଥାନ ନଥିବାରୁ ଉଦ୍ଧାରକାର୍ଯ୍ୟରେ ସମସ୍ୟା ସୃଷ୍ଟି ହୋଇଛି । କୋଠାର ପଛ ପାର୍ଶ୍ୱ ପାଚେରୀକୁ ଭଙ୍ଗା ଯାଇ ନିଆଁକୁ ଆୟତ୍ତ କରିବା ପାଇଁ ପଦକ୍ଷେପ ନିଆଯାଇଥିବା ଡିଜି କହିଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.