ଆସୁଛି ବାତ୍ୟା : ଆଲର୍ଟରେ ଅଗ୍ନିଶମ ବାହିନୀ, ୩୩୯ ଫାୟାର ଷ୍ଟେସନ ପୁରା ପ୍ରସ୍ତୁତ

Published By : Prameya-News7 Bureau | May 07, 2022 IST

ଭୁବନେଶ୍ୱର ୦୭।୦୪ : ସମ୍ଭାବ୍ୟ ବାତ୍ୟାକୁ ନେଇ ଅଗ୍ନିଶମ ବାହିନୀର ପ୍ରସ୍ତୁତି । ରାଜ୍ୟରେ ୩୩୯ ଫାୟାର ଷ୍ଟେସନକୁ ଆଲର୍ଟ କରାଯାଇଛି  ବୋଲି କହିଛନ୍ତି ଅଗ୍ନିଶମ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବାତ୍ୟା ମୁକାବିଲା ପାଇଁ ୧୭୫ଟି ୟୁନିଟ୍ ଗଠନ କରାଯାଇଛି । ପ୍ରତି ୟୁନିଟରେ ୬ ଜଣ ଲେଖାଏ କର୍ମଚାରୀ ରହିବେ । ଏସଆରସିଙ୍କ ନିର୍ଦ୍ଦେଶ କ୍ରମେ ପ୍ରତ୍ୟେକ ୟୁନିଟ ଜିଲ୍ଲାପାଳଙ୍କ ଅଧୀନରେ ରହିବେ । ପ୍ରତ୍ୟେକ ୟୁନିଟ ପାଇଁ ଗାଡି, ପେଟ୍ରୋଲ, ଡିଜେଲ, ଗଛକଟା ଯନ୍ତ୍ର, ବ୍ୟାଟେରୀ ଲାଇଟ୍ ଆଦି ଯୋଗାଇ ଦିଆଯାଇଛି । ପ୍ରବଳ ବର୍ଷା ସତ୍ତ୍ବେ ଯଦି କୌଣସି ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହୋଇଥାଏ ତାହେଲେ ତୁରନ୍ତ ଗଛ କାଟିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।  ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.